ଓଲଟା କ୍ୟାଫେ

ଜର୍ମାନୀରେ ଟୋପେଲ୍‌ସ ରୋଡ୍‌ସାଇଡ୍‌ ନାମକ ଏକ ଭିନ୍ନ ଧରଣର କ୍ୟାଫେ ଖୋଲାଯାଇଛି । କ୍ୟାଫେରେ ସବୁ କିଛି ଓଲଟା ଭାବେ ରହିଛି । କ୍ୟାଫେରେ ଫର୍ଣ୍ଣିଚରଗୁଡ଼ିକ ଛାତର ଉପରି ଭାଗରେ ଲାଗିଛି । ସେହିପରି ଉପର ବସ୍ତୁଗୁଡ଼ିକ ତଳେ ଆସି ଲାଗିଛି । ଚଳିତବର୍ଷ ଖୋଲାଯାଇଥିବା ଏହି କ୍ୟାଫେଟି ଗ୍ରାହକମାନଙ୍କୁ ବେଶ ଆକୃଷ୍ଟ କରୁଥିବାରୁ ଏଠାରେ ବେଶ୍‌ ଭିଡ଼ ଦେଖିବାକୁ ମିଳୁଛି । ସବୁକିଛି ଓଲଟା ରହିଥିବାରୁ ଏଠାକୁ ଲୋକମାନେ ଆସି ଅଜବ ପ୍ରକାରର ପୋଜ୍‌ରେ ଫଟୋ ଉଠାଉଛନ୍ତି । ତେବେ କାହାର ହାତ ପୋର୍ଟରେ ରହିଥାଏ ତ ଆଉ କାହାର ମୁଣ୍ଡ ବାର୍ଥିଂ ଟବ୍‌ ଉପରେ । ଏନେଇ କ୍ୟାଫେ ମ୍ୟାନେଜ୍‌ମେଣ୍ଟ କହନ୍ତି, ଏହି ଅଦ୍ଭୁତ କ୍ୟାଫେକୁ ଆସି ପର୍ଯ୍ୟଟକଙ୍କୁ ଏକ ଭିନ୍ନତା ଅନୁଭବ ହେଉଥିବାରୁ ସେମାନେ ଏନ୍‌ଜଏ କରୁଛନ୍ତି । ତା’ସହିତ ବିଭିନ୍ନ ପୋଜ୍‌ରେ ଫଟୋ ଉଠାଇ ବେଶ୍‌ ମଜା ନେଉଛନ୍ତି । ଯାହାର ଫଟୋ ଲଗାତାର ସୋସିଆଲ୍‌ ସାଇଡ୍‌ମାନଙ୍କରେ ଦେଖିବାକୁ ମିଳୁଛି ।