ଉଷ୍ଟ୍ରାସନ

ଏହି ଆସନ କରିବାକୁ ହେଲେ ପ୍ରଥମେ ବଜ୍ରାସନ ମୁଦ୍ରାରେ ବସି ପୁଣି ଠିଆ ହୋଇ ଯାଆ;ୁ । ଆଣ୍ଠୁ ମାଡି ବସିବା ସମୟରେ ଦୁଇ ଆଣ୍ଠୁ ମଝିରେ ଏମିତି ତଫାତ ରଖ;ୁ ଯେମିତି କାନ୍ଧ ସହିତ ସମାନ୍ତର ରହିବ । ଏହାପରେ ଦୁଇ ହାତକୁ କମରରେ ରଖ, ସମସ୍ତ ଆଙ୍ଗୁଳିକୁ ପେଟ ଆଡକୁ ଏବଂ ବୁଢାଆଙ୍ଗୁଳିଟି ମେରୁଦଣ୍ଡକୁ ସ୍ପର୍ଶ କର;ୁ । ଏହାପରେ ଲମ୍ବା ଶ୍ୱାସ ଗ୍ରହଣ କରି କମରଠାରୁ ପଛଆଡକୁ ଶରୀରକୁ ନୁଆଁଅ । ପାପୁଲିକୁ ନେଇ ଦୁଇ ପାଦରେ ଛୁଆ;ୁ । ଏପରି ପୋଜିଶନ୍‌ରେ କିଛି ସମୟ ରହି ଶ୍ୱାସକୁ ଯେତେ ସମୟ ସମ୍ଭବ ରୋକ;ୁ । ଏହାପରେ ଧୀରେ ଧୀରେ ଶ୍ୱାସ ଛାଡି ସ୍ୱାଭାବିକ ଅବସ୍ଥାକୁ ଫେରି ଆସ;ୁ । ପୁଣି ଏପରି ଅଭ୍ୟାସ କର;ୁ । ଧ୍ୟାନ ରଖ;ୁ ମେରୁଦଣ୍ଡ ଉପରେ ରଖ;ୁ । ଏହି ଆସନ କରିବା ସମୟରେ କିଛି ସାବଧନତା ଅବଲମ୍ବନ କରିବାକୁ ପଡିଥାଏ । ତରବରିଆ ଭାବରେ ବା ବଳ ପ୍ରୟୋଗ କରି କୋððଣସି ଅଙ୍ଗ ବଙ୍କାଇବା ଉଚିତ୍‌ ନୁହେଁ । ଆଣ୍ଠୁଠାରୁ ଗୋଡ ଭାଙ୍ଗି ପଛକୁ ମୋଡିବା ବେଳେ ମଧ୍ୟ ସାବଧାନ ସହକାରେ କରିବାକୁ ପଡିବ । ଅଣ୍ଟାଠାରୁ ଶରୀରକୁ ପଛପଟକୁ ନୂଆଁଇବା ସମୟରେ ଧୀରେଧୀରେ ସାବଧାନତା ସହ କର;ୁ । ମେରୁଦଣ୍ଡ ଉପରେ ଯେପରି ଅଧିକ ଜୋର ନ ପଡେ ।
ଲାଭ
ଏହି ଆସନ କରିବା ଦ୍ୱାରା ପିଠି, କାନ୍ଧର ମାଂସପେଶି ସବଳ ହୁଏ । ବଦହଜମୀ, କୋଷ୍ଠବଦ୍ଧତା ଦୂର ହୁଏ । ମାନସିକ ଶକ୍ତି ବଢିବା ସହ ମେଦ ହ ୍ରାସ ପାଏ । ଗଳାଦୋଷ ଦୂରହୁଏ । ମେରୁଦଣ୍ଡ ସିଧା ଓ ଶକ୍ତ ହୁଏ । ଏହାଛଡ଼ା ହୃଦୟ, ଫୁସ୍‌ଫୁସ୍‌ ମଦ୍ଭୁତ ହୁଏ ।