ନୂଆଦିଲ୍ଲୀ, ୨୦/୧୨: ୨୧ରୁ ୨୬ ତାରିଖ ମଧ୍ୟରେ ୫ ଦିନ ଲାଗି ବ୍ୟାଙ୍କ୍ ବନ୍ଦ ରହିବ । ମଝିରେ କେବଳ ୨୪ ତାରିଖରେ ବ୍ୟାଙ୍କ୍ ଖୋଲାଥିଲେ ହେଁ କର୍ମଚାରୀଙ୍କ ଉପସ୍ଥାନ ନେଇ ସନ୍ଦେହ ଥିବାରୁ କାରବାର ହୋଇନପାରେ । ୨୧ ଡିସେମ୍ବରରେ ଅଲ୍ ଇଣ୍ଡିଆ ବ୍ୟାଙ୍କ ଅଫିସର୍ସ କନଫେଡେରେସନ୍ ଧର୍ମଘଟ ଡାକରା ଦେଇଛିଛ ତେଣୁ ୨୧ ତାରିଖରେ ସବୁ ସରକାରୀ ବ୍ୟାଙ୍କ୍ ବନ୍ଦ ରହିବ । ଏହାପରେ ୨୨ ତାରିଖ ହେଉଛି ମାସର ଚତୁର୍ଥ ଶନିବାରଛ ପ୍ରତି ମାସର ଚତୁର୍ଥ ଶନିବାର ଭଳି ୨୨ରେ ବ୍ୟାଙ୍କ୍ ଛୁଟି ରହିବ । ତା’ପର ଦିନ ୨୩ ତାରିଖ ରବିବାର ଯେହେତୁ ବ୍ୟାଙ୍କ ଛୁଟି ରହିବା ସ୍ୱାଭାବିକ । ୨୪ ତାରିଖ ସୋମବାର ଦିନ ବ୍ୟାଙ୍କ୍ ଖୋଲା ରହିବଛ ମାତ୍ର ତା’ପର ଦିନ ଡିସେମ୍ବର ୨୫ ତାରିଖ ହେଉଛି ଜୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଦିବସ । ସେଦିନ ବି ବ୍ୟାଙ୍କ୍ ବନ୍ଦ ରହିବ । ୨୬ ତାରିଖରେ ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ସ ପକ୍ଷରୁ ସର୍ବଭାରତୀୟ ଧର୍ମଘଟ ଡାକରା ଦିଆଯାଇଛିଛ ତେଣୁ ୨୬ରେ ବ୍ୟାଙ୍କ୍ ବନ୍ଦ ରହିପାରେ ବୋଲି ସୂଚନା ରହିଛି । ଏହାକୁ ଦୃଷ୍ଟିରେ ରଖି ବ୍ୟାଙ୍କଗୁଡ଼ିକ ପକ୍ଷରୁ ଏଟିଏମରେ ଅଧିକ ଟଙ୍କା ରଖାଯିବାର ବ୍ୟବସ୍ଥା କରାଯାଇଛି ।