ନାଇଟ୍ ସିଫଫ କରୁଥିବା ଲୋକେ ଏବେ ସାବଧାନ ହୋଇଯା;ୁ । କାରଣ ଏମାନଙ୍କୁ ଡାଇବେଟିସ୍ ହେବା ଆଶଙ୍କା ଅଧିକ ରହୁଛି ବୋଲି ନିକଟରେ ଏକ ଅଧ୍ୟୟନରୁ ପ୍ରକାଶ ପାଇଛି । ରାତିରେ କାମ କରିବା ଦ୍ୱାରା ରକ୍ତରେ ଗ୍ଲୁକୋଜ୍ ସ୍ତରରେ ଅନିୟମିତତା ଦେଖାଯାଏ । ଏଥିଯୋଗୁଁ ଜଣେ ବ୍ୟକ୍ତି ଟାଇପ୍-୨ ଡାଇବେଟିସ୍ରେ ଆକ୍ରାନ୍ତ ହେବା ଆଶଙ୍କା ଅଧିକ ରହୁଛି । ଏହି ରୋଗରେ ରକ୍ତରେ ଗ୍ଲୁକୋଜ୍ ମାତ୍ରା ସାମାନ୍ୟଠାରୁ ଅଧିକ ଥାଏ । ଏହି ରୋଗୀମାନେ ମେଦବୃଦ୍ଧିରେ ଆକ୍ରାନ୍ତ ହେବା ସହ ସେମାନଙ୍କ ର ଦୃଷ୍ଟିଶକ୍ତି ମଧ୍ୟ ହ୍ରାସ ପାଇଥାଏ । ଏହାବ୍ୟତୀତ ଏମାନଙ୍କର କିଡନୀ ଖରାପ ହୋଇଯିବା ଆଶଙ୍କା ମଧ୍ୟ ଅଧିକ ଥାଏ । ଅଧ୍ୟୟନ ସମୟରେ ଦିନରେ କାମ କରୁଥିବା ଲୋକଙ୍କ ଅପେକ୍ଷା ରାତିରେ କାମ କରୁଥିବା ଲୋକଙ୍କର ଗ୍ଲୁକୋଜ୍ ସ୍ତର ୧୬% ବୃଦ୍ଧି ପାଇଥିବାର ଦେଖାଯାଇଥିଲା । ହାଭାର୍ଡ ମେଡିକାଲ୍ ସ୍କୁଲ୍ ପକ୍ଷରୁ ଏହି ଅଧ୍ୟୟନ କରାଯାଇଥିଲା । ରାତିଟିଏ ବି କାମ କଲେ ଗ୍ଲୁକୋଜ୍ ସ୍ତରରେ ଅନିୟମିତତା ଦେଖାଯାଏ । ନାଇଟ୍ ସିଫଫରେ ଦୀର୍ଘଦିନ ଧରି କାମ କରିବା ଦ୍ୱାରା ଜଣେ ଟାଇପ୍-ଟୁ ଡାଇବେଟିସ୍ରେ ଆକ୍ରାନ୍ତ ହେବା ଆଶଙ୍କା ଅଧିକ ରହୁଛି ବୋଲି ଅଧ୍ୟୟନରେ ପ୍ରକାଶ ପାଇଛି ।