ବଳିଉଡ୍ର ଅଜବ୍ ଗଜବ୍ ଷ୍ଟାଇଲ୍କୁ ଆପଣାଉଥିବା ରଣବୀର ଏବେ ଆଉ ଏକ ହିଟ୍ ଫିଲ୍ମ ଦେବାକୁ ହେଉଛନ୍ତି ସଜବାଜ । ଭାରତୀୟ କ୍ରିକେଟ ଟିମ୍ର ସଫଳତାକୁ ନେଇ ନିର୍ମାଣ ହେବାକୁଯାଉଛି ଫିଲ୍ମ ‘୮୩’। ଫିଲ୍ମରେ ରଣବୀର ସିଂହ ଦିଗ୍ଗଜ କ୍ରିକେଟର କପିଲ ଦେବଙ୍କ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି କବୀର ଖାନ୍ । କିନ୍ତୁ ବିଶେଷ ସୂତ ମୁତାବକ ପ୍ରଥମେ ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଥିଲେ ସଂଜୟ ପୁରଣ ସିଂହ, ଯେ ଫିଲ୍ମରେ କପିଲ ଦେବଙ୍କ ଚରିତ୍ର ପାଇଁ ରଣଦୀପ ହୁଡ୍ଡାଙ୍କୁ ବାଛିଥିଲେ । କିନ୍ତୁ କୌଣସି କାରଣବଶତଃ ନିର୍ଦ୍ଦେଶକ ସଂଜୟ ଫିଲ୍ମରେ କାମ କରିବାକୁ ଅନିଚ୍ଛା ପ୍ରକାଶ କଲେ ଯାହା ଫଳରେ ରଣଦୀପଙ୍କୁ ମିଳିଥିବା ମୌକା ହାତଛଡ଼ା ହୋଇଗଲା । ଏବେ କବୀର ଖାନ୍ ଫିଲ୍ମର ନିର୍ଦ୍ଦେଶନା ଦେଉଥିବାବେଳେ କପିଲ ଦେବଙ୍କ ଝିଅ ଅମିୟା ସାଜିଛନ୍ତି ତାଙ୍କ ଆସିଷ୍ଟାଣ୍ଟ। ଆମିୟା ବଲିଉ୍ଡ ଇଣ୍ଡଷ୍ଟ୍ରୀରେ ନିର୍ଦ୍ଦେଶନା କ୍ଷେତ୍ରରେ ଡେବୁ୍ୟ କରିବାକୁ ଯାଉଛନ୍ତି । ଏବେ ରଣବୀର ଫିଲ୍ମ ‘୮୩’ର ଶୁଟିଂରେ ବ୍ୟସ୍ତ ଅଛନ୍ତି । ବିବାହ ପରେ ଲଗାତରଭାବେ ଦୁଇ ଦୁଇଟି ହିଟ୍ ଫିଲ୍ମ ଦେଇସାରିବା ପରେ ଏବେ ଆଉ ଏକ ହିଟ୍ ଫିଲ୍ମ ପାଇଁ ଅଣ୍ଟା ଭିଡ଼ିଛନ୍ତି ରଣବୀର ।