ପଶ୍ଚିମବଙ୍ଗରେ ୧୦୭ ବିଧାୟକ ବିଜେପିରେ ସାମିଲ ହେବେ !

କୋଲକାତା,୧୩/୭: ଭାରତୀୟ ଜନତା ପାର୍ଟି(ବିଜେପି)ର ନେତା ମୁକୁଲ ରାୟ ଶନିବାର ଏମିତି ଏକ ଦାବି କରିଛନ୍ତି, ଯେଉଁଥିରେ ପଶ୍ଚିମବଙ୍ଗ ରାଜନୀତିରେ ହଇଚଇ ସୃଷ୍ଟି ହୋଇପାରେ। ନ୍ୟୁଜ୍ ଏଜେନ୍ସି ଏଏନଆଇ ଅନୁସାରେ ମୁକୁଲ ରୟ ବିସ୍ଫୋରକ ବୟାନ ଦେଇ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ୧୦୭ ବିଧାୟକ ବିଜେପିରେ ସାମିଲ ହେବେ। ସେ ଦାବି କରିଛନ୍ତି ଯେ, ସିପିଏମ, କଂଗ୍ରେସ ଓ ଟିମଏସରି ୧୦୭ ବିଧାୟକ ବିଜେପିରେ ମିଶିବେ। ଉକ୍ତ ବିଧାୟକଙ୍କ ତାଲିକା ପ୍ରସ୍ତୁତ ହୋଇ ଯାଇଛି ଏବଂ ସେମାନଙ୍କ ସହିତ କ୍ରମାଗତ ଯୋଗାଯୋଗରେ ଅଛୁ।

ଲୋକସଭା ନିର୍ବାଚନ ୨୦୧୯ରେ ବିଜେପି ପ୍ରଚଣ୍ଡ ବହୁମତ ସହିତ ପୁର୍ନବାର କ୍ଷମତାସୀନ ହୋଇଥିଲା। ବିଜେପି ପଶ୍ଚିମବଙ୍ଗରେ ୪୨ ଲୋକସଭା ଆସନରୁ ୧୮ଟିରେ ବିଜୟୀ ହୋଇଥିଲା। ଅନ୍ୟ ପଟେ ତୃଣମୂଳ କଂଗ୍ରେସ(ଟିଏମସି) ୨୨ଟି ଆସନରେ ଜିତିଥିଲା। କଂଗ୍ରେସକୁ ଦୁଇଟି ସିଟରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।

ଏବେ ପଶ୍ଚିମବଙ୍ଗରେ ନିଜକୁ ସୁଦୃଢ କରି ସରକାର ଗଠନ କରିବାକୁ ଅଣ୍ଟା ଭିଡ଼ିଥିବା ବିଜେପି କୌଣସି ସୁଯୋଗ ହାତଛଡ଼ା କରିବାକୁ ଚାହୁଁନାହିଁ। ନିକଟରେ ଟିଏମସିର ଅନେକ ନେତା ବିଜେପିରେ ସାମିଲ ହୋଇଥିଲେ। ଟିଏମସି ନେତାଙ୍କ ବିଜେପିରେ ସାମିଲ ହେବା ପର୍ବ ଲୋକସଭା ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଥିଲା।

SBI AD