ଡିହାଇଡ୍ରେସନ୍ ଯୋଗୁଁ ଥକ୍କାପଣ, ମୁଣ୍ଡବିନ୍ଧା ଏବଂ କୋଷ୍ଠକାଠିନ୍ୟ ଭଳି ଅନେକ ସମସ୍ୟା ହୋଇପାରେ । କାକୁଡିରୁ ଭିଟାମିନ୍ C, ଭିଟାମିନ୍ K, ମାଙ୍ଗାନିଜ୍, ମ୍ୟାଗ୍ନେସିୟମ୍, ପୋଟାସିୟମ୍ ଇତ୍ୟାଦି ପୁଷ୍ଟିକର ଖାଦ୍ୟ ଏଥିରେ ପ୍ରଚୁର ପରିମାଣରେ ମିଳିଥାଏ । ଯାହା ଅନେକ ସ୍ବାସ୍ଥ୍ୟ ଲାଭ ପ୍ରଦାନ କରିଥାଏ । କାକୁଡିରେ ଅନେକ ସ୍ବାସ୍ଥ୍ୟ ଉପକାରୀ ଗୁଣ ରହିଛି । ଯାହା ଆମ ଶରୀର ପାଇଁ ଖୁବ୍ ଫଳପ୍ରଦ ହୋଇଥାଏ । ତେବେ ଆସନ୍ତୁ ଏହାର ଲାଭକାରୀ ଗୁଣ ସମ୍ପର୍କରେ ଜାଣିବା ।
ଓଜନ୍ କମ୍ କରେ: କାକୁଡିରେ କ୍ୟାଲୋରୀ କମ୍ ପାଣି ଏବଂ ଫାଇବର ଅଧିକ ଥିବାରୁ ଏହା ପେଟକୁ ଅଧିକ ସମୟ ଯାଏଁ ପୂର୍ଣ୍ଣ କରି ରଖିଥାଏ । ଯାହା ଓଜନର ଯାତ୍ରାକୁ ହ୍ରାସ କରିବା ପାଇଁ ପ୍ରଭାବଶାଳୀ । ଏହା ସହିତ କାକୁଡିରେ ଏକ ହାଲୁକା ଡାଇୟୁରେଟିକ୍ ପ୍ରଭାବ ମଧ୍ୟ ଥାଏ । ଯାହା ଶରୀର ଜଳୀୟ ଅଂଶର ଅଭାବକୁ ଦୂର କରିବାରେ ସାହାଯ୍ୟ କରେ ।
ପାଚନକ୍ରିୟା ଉନ୍ନତ କରେ : କାକୁଡିରେ ଫାଇବର ଥାଏ । ଯାହା ହଜମ ପ୍ରକ୍ରିୟାକୁ ଉନ୍ନତ କରେ ଏବଂ ଅନ୍ତନଳୀ ଗତିକୁ ପ୍ରାତ୍ସାହିତ କରିବାରେ ସାହାଯ୍ୟ କରେ । କାକୁଡିରେ ଥିବା ଉଚ୍ଚ ଜଳୀୟ ଅଂଶ ପାଚନ ପ୍ରଣାଳୀକୁ ସୁଗମ ରଖେ । କାକୁଡିରେ ପ୍ରଚୁର ପରିମାଣର ଏନଜାଇମ୍ ଥିବାରୁ ଏହା ପୋଷକ ତତ୍ତ୍ବର ଅବଶୋଷଣକୁ ଉନ୍ନତ କରିବାରେ ସାହାଯ୍ୟ କରେ ।
ଚର୍ମକୁ ସୁସ୍ଥ ରଖେ : କାକୁଡି କେବଳ ଆମକୁ ସୁସ୍ଥ ରଖିନଥାଏ ବରଂ ତ୍ବଚା ପାଇଁ ମଧ୍ୟ ଲାଭକାରୀ । କାକୁଡିରେ ଥିବା ଜଳୀୟ ଅଂଶ ତ୍ବାଚାକୁ ହାଇଡ୍ରେଟ୍ ରଖିବା ସହ ମୁହଁରେ ଗ୍ଲୋ ଆଣିଥାଏ । କାକୁଡିରେ ଭିଟାମିନ୍ ସି ଥିବାରୁ ଏହା ଫ୍ରି ରାଡିକିଲ୍ସ ସହିତ ଲଢେଇ କରିବାରେ ସହାୟକ କରେ । କାକୁଡି ମୁହଁରେ ଚମକ ଆଣିବା ସହିତ କଳା ଦାଗକୁ ମଧ୍ୟ ଦୂର କରିଥାଏ । ଆଖି ଫୁଲା ଭଳି ସମସ୍ୟା ଥିଲେ କାକୁଡିକୁ ଆଖି ମାସ୍କ ଭାବେ ବ୍ୟବହାର କରିପାରିବେ । ଯାହା ଆଖି ଯନ୍ତ୍ରଣାରୁ ଆରାମ ଦେବ ।
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ : କାକୁଡିରେ ପ୍ରଦାହ-ବିରୋଧୀ ଗୁଣ ରହିଛି । କାକୁଡି ଆଣ୍ଟିଅକ୍ସିଡାଣ୍ଟ ଏବଂ ଭିଟାମିନ ଯେପରିକି A, C, ଏବଂ K ର ଏକ ପ୍ରଚୁର ଉତ୍ସ, ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । କାକୁଡିରେ ଭିଟାମିନ୍ ସି ଗୁଣ ଥିବାରୁ ଥଣ୍ଡା ଏବଂ ଫ୍ଲୁ ଭଳି ସାଧାରଣ ରୋଗକୁ ରୋକିବାରେ ସାହାଯ୍ୟ କରିପାରେ।
ଏହା ବ୍ୟତୀତ କାକୁଡିରେ ଚିନି ଏବଂ ସୋଡିୟମ କମ୍ ଥାଏ । ଯାହା ମଧୁମେହ କିମ୍ବା ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ଉତ୍ତମ ବିକଳ୍ପ ହେବ । ତେବେ ଡାଇବେଟିସ୍ ଏବଂ ଉଚ୍ଚ ରକ୍ତଚାପ ରୋଗୀମାନେ ସେମାନଙ୍କ ଡାଏଟ ପ୍ଲାନରେ ନିଶ୍ଚୟ କାକୁଡି ସାମିଲ କରନ୍ତୁ । ଯାହା ଆପଣଙ୍କୁ ଅନେକ ଫାଇଦା ଦେବ ।