ବଲାଙ୍ଗିର ଶୁଳିଆ ଯାତ୍ରା : ରକ୍ତରଂଜିତ ହେଲା ବଡ଼ ଖଳା ଏବଂ ସାନ ଖଳା

ବଲାଙ୍ଗିର,୮/୧: ଆଜି ରକ୍ତରଂଜିତ ହୋଇଛି ଶୁଳିଆ ପୀଠ। ଶୁଳିଆପୀଠର ବଡ଼ ଖଳା ଏବଂ ସାନ ଖଳାରେ ପଶୁପକ୍ଷୀଙ୍କ ରକ୍ତରେ ଖେଳାଯାଇଛି ଆଦିମ ଖେଳ। ପରଂପରା ଏ ଓ ବିଶ୍ୱାସ ଆଗରେ ହାର ମାନିଛି ପ୍ରଶାସନ।
ବଲାଙ୍ଗିର ଶୁଳିଆ ଯାତ୍ରା ବେଶ୍‌ ପ୍ରସିଦ୍ଧ। ଏଠାରେ ବଳି ଦିଆଯିବାର ପରଂପରା ବହୁ ଦିନରୁ ପ୍ରଚଳିତ। ଏଠାରେ ବଳି ଦେବାର ବିଶ୍ୱାସ ରହିଛି। କିନ୍ତୁ ଏହି ପ୍ରଥାକୁ ବନ୍ଦ କରିବା ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିଲା। ବଲାଙ୍ଗିରର ସାନଖଳା ଓ ବଡ଼ଖଳାରେ ୫ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଥିଲା। ସମସ୍ତେ ଭାବିଥିଲେ ଏତର ବୋଧହୁଏ ବଳି ଦିଆ ହେବନି। ମାତ୍ର ପୁଲିସ୍ ଉପସ୍ଥିତିରେ ବଳି ପଡ଼ିଛି,। ସେଠାରେ ମାଜିଷ୍ଟ୍ରେଟ, ଜଣେ ଡିଏସପି ଓ ୫ ପ୍ଲାଟୁନ୍ ପୁଲିସ୍ ଫୋର୍ସ ଉପସ୍ଥିତ ଥାଇ ବି ଶୁଳିଆ ଯାତ୍ରାରେ ପଶୁବଳି ପଡ଼ିଲା । ଏହି ଘଟଣା ପୁଣି ଥରେ ଚର୍ଚ୍ଚାର ବିଷୟ ହୋଇଛି।ଏହି ପରଂପରା କେବେ ବନ୍ଦ ହେବ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।