ବମ୍ବେ ,୨୭/୧୧:ବଲିଉଡ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଗାୟକ ମହମ୍ମଦ ଅଜିଜଙ୍କ ମଙ୍ଗଳବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା। ସେ ସୋମବାର କଲିକତାରୁ ବମ୍ବେ ଫେରୁଥିବା ସମୟରେ ବିମାନବନ୍ଦରରେ ଛାତିରେ ଯନ୍ତ୍ରଣା ହେଉଥିବା ଅନୁଭବ କରିଥିଲେ। ତାଙ୍କୁ ଡ୍ରାଇଭର ତତ୍କ୍ଷଣାତ ସେଠାକାର ନାନାବତି ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଅଜିଜ୍ଙ୍କ ଝିଅ ସନା ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ଅଜିଜ୍ ୧୯୫୪ ମସିହାରେ ଜନ୍ମଲାଭ କରିଥିଲେ। ସେ ବଲିଉଡ ସହ ବଙ୍ଗଳା, ଓଡ଼ିଆ ଏବଂ ଅନ୍ୟ ରାଷ୍ଟ୍ରୀୟ ଭାଷାରେ କଣ୍ଠଦାନ କରିଥିଲେ। ଯନ୍ମଧ୍ୟରୁ ‘ଲାଲ ଦୁପଟ୍ଟା ମଲ ମଲ କା, ମେ ସେ ମିନା ସେ ନା ସାକି ସେ’ ପରି ଗୀତ ତାଙ୍କୁ ପ୍ରସିଦ୍ଧି ଦେଇଥିଲା।
