ଝାରସୁଗୁଡା, ୨୪/୧: ଝାରସୁଗୁଡା ବିଧାୟକ ନବ ଦାସ ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି । ସେ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏକ ଦଳୀୟ ସଭାରେ ଯୋଗ ଦେଇଛନ୍ତି ।
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡାରେ ଏକ ଦଳୀୟ ସଭାରେ ଯୋଗ ଦେଇଥିଲେ । ଏହି ସଭାମଂଚରେ ନବ ବିଜେଡିରେ ଯୋଗ ଦେଇଛନ୍ତି । ନବଙ୍କ ସହ ଝାରସୁଗୁଡା ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ସହ ୮ ସଦସ୍ୟ ଏବଂ ସମସ୍ତ ବ୍ଲକର କଂଗ୍ରେସ ସଭାପତି ବିଜେଡିରେ ମିଶିଛନ୍ତି । ଅନ୍ୟମାନଙ୍କ ସହ ସଭାରେ ବିଧାୟକ ଦେବାଶିଷ ସାମନ୍ତରାୟ, କିଶୋର ମହାନ୍ତି, ସଂଜୟ ଦାସବର୍ମା ଆଦି ଉପସ୍ଥିତ ରହିଥିଲେ ।
ସୂଚନାଯୋଗ୍ୟ କି, ଗତ ୧୬ ତାରିଖରେ ନବ କଂଗ୍ରେସରୁ ଇସ୍ତଫା ଦେବା ସହ ଇସ୍ତଫାପତ୍ରକୁ ରାହୁଲ ଗାନ୍ଧିଙ୍କ ନିକଟକୁ ପଠାଇଥିଲେ । ସେ ବିଜେଡିରେ ଯୋଗ ଦେବା ନେଇ ସୂଚନା ଦେଇଥିଲେ । ଏହାପୂର୍ବରୁ ପ୍ରାୟ ଏକ ମାସ ଧରି ନବ ବିଜେଡିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଥିଲା ।