ତ୍ୱଚାରେ ଯଦି ବ୍ଲାକ୍ ହେଡ୍ ହୋଇଥାଏ, ତେବେ ଏହାକୁ କିଛି ଘରୋଇ ଉପଚାର କରି ତ୍ୱଚାରୁ ବାହାର କରିପାରିବେ ।
-ଡାଲଚିନି ପାଉଡ଼ର ସହିତ ଲେମ୍ବୁ ରସ ଏବଂ ହଳଦୀ ମିଶାଇ ୧୦ମିନିଟ୍ ପର୍ଯ୍ୟନ୍ତ ମୁହଁରେ ଲଗା;ୁ । କିଛି ଦିନ ଏପରି କରିବା ପରେ ଦେଖିବେ ମୁହଁରୁ ବ୍ଲାକ୍ହେଡ୍ ଦୂର ହୋଇଯିବ ।
-ଟମାଟୋ ରସ ମଧ୍ୟ ମୁହଁରୁ ବ୍ଲାକ୍ହେଡ୍ସ ଦୂର କରିବାରେ ସାହାଯ୍ୟ କରେ । ଏଥିପାଇଁ ଯଦି ନିୟମିତ ତ୍ୱଚାରେ କଞ୍ଚା ଟମାଟୋକୁ ଘସନ୍ତି ତେବେ ଏହା ବେଶ୍ ଲାଭଦାୟକ ହୋଇଥାଏ ।
-ଦୁଇ ଚାମଚ ବେକିଂ ସୋଡା ସହ ପାଣି ମିଶାଇ ମୁହଁରେ ଲଗାଇଲେ କିଛି ଦିନ ପରେ ମୁହଁରୁ ବ୍ଲାକ୍ହେଡ୍ ଦୂର ହୋଇଥାଏ ।
-ଓଟ୍ମିଲ ସହ ଦହି ମିଶାଇ ମୁହଁରେ ଲଗାଇଲେ ତ୍ୱଚା ନରମ ହେବା ସହ ମୁହଁରୁ ବ୍ଲାକ୍ହେଡ୍ ଦୂର ହୋଇଥାଏ ।
-ଗ୍ରୀନ୍ ଟି ଏଥିପାଇଁ ଉପକାରୀ । ମହୁ ମଧ୍ୟ ତେଲିଆ ତ୍ୱଚା ଏବଂ ବ୍ଲାକ୍ହେଡ୍ ଦୂର କରିବା ପାଇଁ ଭଲ କାମ କରେ ।
-ଅଣ୍ଡାର ଧଳାଅଂଶକୁ ମୁହଁରେ ଲଗାଇ କିଛି ସମୟ ପରେ ଧୋଇ ଦିଅ;ୁ । ଦେଖିବେ ବ୍ଲାକ୍ ହେଡ୍ ଦୂର ହେବା ସହ ମୁହଁର ଚମକ ଆସିବ ।
Prev Post
Next Post