ନୂଆଦିଲ୍ଲୀ,୨୯/୧ : କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ଗୋଆର ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ସହ ଗୋଆ ବିଧାନସଭା ସ୍ଥିତ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ସାକ୍ଷାତ କରିଛନ୍ତି । ଦୁହିଁଙ୍କ ମଧ୍ୟରେ ପାଖାପାଖି ୧୫ ମିନିଟ ପର୍ଯ୍ୟନ୍ତ ବାର୍ତାଳାପ ହୋଇଥିଲା । ସାକ୍ଷାତ ସମୟରେ ରାହୁଲ ପାରିକରଙ୍କ ଠାରୁ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରି ବୁଝିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କରି ରାହୁଲ ଟ୍ୱିଟ କରି କହିଛନ୍ତି କି, ଆଜି ଗୋଆର ମୁଖ୍ୟମନ୍ତ୍ରୀଙ୍କ ସହ ସାକ୍ଷାତ କଲି । ତାଙ୍କୁ ଖୁବସ ଶୀଘ୍ର ସୁସ୍ଥ ହେବା ପାଇଁ ଶୁଭକାମନା ଦେଲି । ଏହା ମୋର ବ୍ୟକ୍ତିଗତ ଯାତ୍ରା ଥିଲା । ଦ୍ୱିପ୍ରହରରେ କେରଳର କୋଚିରେ ମତଦାନ ବୁଥ ସମିତିର ସଦସ୍ୟଙ୍କୁ ସମ୍ବୋନ୍ଧିତ କରିବି । ଏହି ବୈଠକର ସିଧାପ୍ରସାରଣ ମୋ ଫେସବୁକ ପେଜରେ ହେବ । ସେହି ସମୟରେ କଂଗ୍ରେସ ବିଧାୟକ ଦଳର ମୁଖ୍ୟ ଚନ୍ଦ୍ରକାନ୍ତ କାବଲେକର ରାହୁଲ ଏବଂ ପାରିକରଙ୍କ ସହ ସାକ୍ଷାତକୁ ନେଇ କହିଛନ୍ତି କି, ରାହୁଲ ଗୋଆରେ ବ୍ୟକ୍ତିଗତ ଯାତ୍ରାରେ ଆସିଛନ୍ତି । ସେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ତାଙ୍କ ସହ ସାକ୍ଷାତ କରିବେ । ମୁଁ ତାଙ୍କୁ କଂଗ୍ରେସ ବିଧାୟକଙ୍କ ସହ ସାକ୍ଷାତ କରିବାକୁ ଅନୁରୋଧ କରିଥିଲି । ଏହାକୁ ସେ ମାନି ଥିଲେ ଏବଂ ସାକ୍ଷାତ କରିଥିଲେ ।