ରାଷ୍ଟ୍ରୀୟ ସୁରକ୍ଷା ପାଇଁ କଠୋର ପଦକ୍ଷେପ ନେବାରେ ପଛଘୁଞ୍ଚା ଦେବୁ ନାହିଁ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୨୮/୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର କଡ଼ା ଶବ୍ଦରେ କହିଛନ୍ତି ଯେ ଭାରତ ଶାନ୍ତିର ସବୁଠୁ ବଡ଼ ସମର୍ଥକ, ମାତ୍ର ଭାରତ ନିଜର ରାଷ୍ଟ୍ରୀୟ ସୁରକ୍ଷାକୁ ମଜବୁତ କରିବା ପାଇଁ କୌଣସି କଠୋର ନିଷ୍ପତ୍ତି ନେବାରେ ପଛଘୁଞ୍ଚା ଦେବ ନାହିଁ। ପିଏମ ମୋଦୀ ନ୍ୟାସନାଲ କାଡେଟ୍ ଫୋର୍ସର କାଡେଟଙ୍କୁ ସମ୍ବୋଧିତ କରିବା ସମୟରେ ଏହି କଥା କହିଛନ୍ତି।

ଚାରି ବର୍ଷରେ ସରକାର ରାଷ୍ଟ୍ରୀୟ ସୁରକ୍ଷା ପ୍ରତି ପ୍ରାଥମିକତା ଦେଇ ଅନେକ ମହତ୍ଵପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ପିଏମ ମୋଦୀ କହିଛନ୍ତି ଯେ, ଆମେ ଶାନ୍ତିର ପ୍ରବଳ ସମର୍ଥକ, ମାତ୍ର ରାଷ୍ଟ୍ରୀୟ ସୁରକ୍ଷା ପାଇଁ କୌଣସି ବି କଠୋର ପଦକ୍ଷେପ ଉଠାଇବାରେ ପଛଘୁଞ୍ଚା ଦେବୁ ନାହିଁ। ସୁରକ୍ଷା ଏଜେନ୍ସିକୁ ସ୍ପଷ୍ଟ ଭାବେ ସନ୍ଦେଶ ଦିଆଯାଇଛି ଯେ, ଆମେ କାହାରିକୁ ହଇରାଣ କରିବୁ ନାହିଁ, ମାତ୍ର କିଏ ଆମକୁ ହଇରାଣ କରିବାକୁ ଉଦ୍ୟମ କଲେ ଆମେ ତାକୁ ଛାଡ଼ିବୁ ନାହିଁ। ପରମାଣୁ ପରୀକ୍ଷଣ ବିଷୟରେ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଭାରତ ସେହି ବଛା ବଛା ଦେଶ ମଧ୍ୟରୁ ଗୋଟିଏ, ଯିଏ ଜଳ, ସ୍ଥଳ ଓ ଆକାଶରୁ ନ୍ୟୁକ୍ଲିୟର ଅସ୍ତ୍ର ଶସ୍ତ୍ର ନିକ୍ଷେପ କରି ପାରିବ।

SBI AD