ଏସଏମସି ପୁନଃ ଗଠନ ପାଇଁ ଦାବି କଲେ ଅଭିଭାବକ

ମହାକାଳପଡ଼ା : ମହାକାଳପଡ଼ା ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅନ୍ତର୍ଗତ ବାରଡାଙ୍ଗ ଶିକ୍ଷା କ୍ଲଷ୍ଟର ଅନ୍ତର୍ଗତ ବାହାରସୁବଳା ଜାଗୁଳାଇ ୟୁଜିୟୁପି ସ୍କୁଲ ବିଦ୍ୟାଳୟ ପରିଚାଳନା କମିଟି ଗଠନ ରେ ଅନିୟମିତତା ନେଇ ଅଭିଭାବକ ମାନେ ଅଭିଯୋଗ ଉଠାଇଛନ୍ତି l

ସୂଚନାରୁ ପ୍ରକାଶ ଚଳିତ ମାସ ୮ତାରିଖ ଦିନ ବିଦ୍ୟାଳୟ ପରିଚାଳନା କମିଟି ଗଠନ ସମୟରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା l ଏପରିକି କୋରମ ଅଭାବ ଥାଇ ବି ବିଦ୍ୟାଳୟ କର୍ତ୍ତୃପକ୍ଷ କମିଟି ଗଠନ କରାଇଥିଲେ l ଏପରିକି ସମ୍ପୃକ୍ତ କ୍ଲଷ୍ଟର ର ସିଆରସିସି ଓ ପାଖ ସ୍କୁଲ ର ପ୍ରଧାନ ଶିକ୍ଷକ ଉପସ୍ଥିତି ଥିଲେ l ଏପଟେ ବିଦ୍ୟାଳୟ କର୍ତ୍ତୃପକ୍ଷ ଚଞ୍ଚକତା ସହକାରେ ଛାତ୍ର /ଛାତ୍ରୀ ଅଭିଭାବକଙ୍କର ଉଭୟ ପିତା ଓ ମାତା ଉପସ୍ଥିତି ହୋଇ ସ୍ଵାକ୍ଷର କରିଛନ୍ତି l ବୈଠକ ରୁ ଅନୁପସ୍ଥିତ ଥିବା ଅନ୍ୟ କିଛି ଅଭିଭାବକ ଙ୍କ ଘରୁ ସ୍ଵାକ୍ଷର କରାଇ ଗାଇଡ଼ ଲାଇନ ବାହାରେ କମିଟି ଗଠନ କରିଥିବାର ମଣ୍ଡଳ ଶିକ୍ଷାଧିକାରୀଙ୍କୁ ଅଭିଯୋଗ କରିଛନ୍ତି l କମିଟି ଗଠନ ର ପରବର୍ତ୍ତୀ ଦିବସ ରେ ଅଭିଭାବକ ମାନେ ଶିକ୍ଷାଧିକାରୀଙ୍କୁ ଅଭିଯୋଗ କରିଥିଲେ ସୁଦ୍ଧା ବିଦ୍ୟାଳୟ କର୍ତ୍ତୃପକ୍ଷ ନୂତନ କମିଟି ଗଠନ ନେଇ କୌଣସି ପଦକ୍ଷେପ ଗ୍ରହଣ କରି ନଥିବାର ଅଭିଯୋଗ କାରି ମାନେ କହନ୍ତି l

SBI AD