ସାମସଙ୍ଗ୍, ହୁୱାେୱ ଓ ଆପଲ୍ ପରେ ଟିସିଏଲ୍ ଫୋଲେïବେଲ୍ ସ୍ମାର୍ଟଫୋନ୍ ଲଞ୍ଚ୍ କରିଛି । ଏହି ଫୋଲେïବଲ ଫୋନ୍ ୫ଟି ଡିଜାଇନ୍ରେ ପ୍ରସ୍ତୁତ ହୋଇଛି । ଏଥିରେ ଦୁଇଟି ସ୍ମାର୍ଟଫୋନ୍, ଦୁଇଟି ଟାବ୍ଲେଟ୍ ଓ ଗୋଟିଏ ସ୍ମାର୍ଟୱାଚ୍ ରହିଛି । କମ୍ପାନୀ ସ୍ମାର୍ଟଫୋନ୍ରେ କାର୍ଯ୍ୟ କରୁଛି ଯାହା ମୋଡି ହୋଇ ସ୍ମାର୍ଟୱାଚ୍ ରୂପେ ବ୍ୟବହାର କରାଯାଇପାରିବ । ୨୦୨୦ ସୁଦ୍ଧା ବଜାରକୁ ଆସିଯିବାର ସମ୍ଭାବନା ରହିଛି । କମ୍ପାନୀ ସୂଚନାନୁସାରେ, ପ୍ରଥମେ ଦୁଇଟି ଡିଜାଇନ୍ର ଟାବ୍ଲେଟ୍ ଯାହାକୁ ପରିବର୍ତ୍ତନ କରାଯାଇ ସ୍ମାର୍ଟୱାଚ୍, ଦୁଇଟି ଡିଜାଇନ୍ର ସ୍ମାଟ୍ଫୋନ୍ ଯାହା ଫ୍ଲିପ୍ ଫୋନ୍ ଓ ସ୍ମାର୍ଟଫୋନ୍କୁ ବୁଲାଇ ସ୍ମାର୍ଟୱାଚ୍ ହୋଇପାରିବ । ଏହି ଫୋଲ୍ଡିଙ୍ଗ ଫୋନ୍କୁ ଦୁଇ ପ୍ରକାର ମୋଡାଯାଇପାରିବ । ଟିସିଏଲ୍ର ଫୋଲ୍ଡିଙ୍ଗ ଫୋନ୍ ବର୍ତ୍ତମାନ ଉନ୍ନତିକରଣ ପ୍ରକ୍ରିୟାରେ ରହିଛି । କମ୍ପାନୀ କେଉଁ ପ୍ରକାର ଫୋଲେïବଲ୍ ଫୋନ୍ ଲଞ୍ଚ୍ କରିବ ତାହା ଜଣାପଡିନାହିଁ । ୨୦୧୬ରେ ଏଲ୍ଜି ମଧ୍ୟ ସ୍ମାର୍ଟଫୋନ୍ ପ୍ରସ୍ତୁତ କରିସାରିଛି । ଚୀନୀ କମ୍ପାନୀ ‘ନୁବିୟା’ ମଧ୍ୟ ଏହି ଫୋନ୍ ନିର୍ମାଣରେ କାର୍ଯ୍ୟ ଜାରି ରଖିଛି ।