ଘି-କୁଆଁରୀର ୩ ମହତ୍ତ୍ୱପୂର୍ଣ୍ଣ ପ୍ରଭାବ

ଘି-କୁଆଁରୀ ଜୁସ୍‌ ସ୍ୱାସ୍ଥ୍ୟ ପାଇଁ ବରଦାନ କହିଲେ ଭୁଲ୍‌ ହେବନାହିଁ । ଘି-କୁଆଁରୀକୁ ଚତ୍ମକାରୀ ଔଷଧୀ ରୂପେ ବ୍ୟବହାର କରାଯାଏ ଯାହା ସ୍ୱାସ୍ଥ୍ୟ ସହ ଚର୍ମ ପାଇଁ ମଧ୍ୟ ଉପକାରୀ ହୋଇଥାଏ । ଏହାର ଉପକାରିତା ପାଇଁ ବଜାରରେ ଭିନ୍ନ ଭିନ୍ନ ବ୍ରାଣ୍ଡରେ ଆଲୋଭେରା ଜୁସ୍‌ ବିକ୍ରି ହେଉଛି । ତେବେ ଜାଣନ୍ତୁ ଏହାର ଉପକାରିତା-
* ୩ ବଡ ରୋଗରୁ ରକ୍ଷା- ବର୍ତ୍ତମାନ ସମୟରେ ୩ଟି ବଡ ରୋଗ ହେଉଛି ଉଚ୍ଚ ରକ୍ତଚାପ, ମେଦ ବହୁଳତା ଓ ମଧୁମେହ । ଯଦି ଦୈନନ୍ଦିନ ୫ ମିଲିଗ୍ରାମ ଘି-କୁଆଁରୀ ଜୁସ୍‌ ସେବନ କରାଯାଏ ତେବେ ଏହି ତିନିଟି ରୋଗରୁ ରକ୍ଷା ପାଇହେବ । ଦୈନନ୍ଦିନ ଘି-କୁଆଁରୀ ଜୁସ୍‌ ପିଇବା ଦ୍ୱାରା ମେଦ, ରକ୍ତଚାପ ଓ ମଧୁମେହକୁ ନିୟନ୍ତ୍ରଣ କରାଯାଇପାରିବ ।
* ୩ଟି ଅଙ୍ଗ ରକ୍ଷା- ଶରୀରର ମହତ୍ତ୍ୱପୂର୍ଣ୍ଣ ଅଙ୍ଗ ହେଉଛି- ବୃକକ୍‌, ଯକୃତ ଓ ହୃଦୟ । ଏହି ଅଙ୍ଗ ସହ ଜଡିତ ରୋଗରେ ପ୍ରତିବର୍ଷ ଲକ୍ଷାଧିକ ମୃତୁ୍ୟ ହେଉଛି । ଘି-କୁଆଁରୀ ରସ ସେବନ କରିବା ଦ୍ୱାରା ଅଙ୍ଗଗୁଡିକର ରକ୍ଷା କରାଯାଇପାରିବ । ଶରୀରରେ ଖାଦ୍ୟ ସହ ଅନ୍ୟାନ୍ୟ ପଦାର୍ଥ କ୍ଷତିକାରକ ପଦାର୍ଥ ମଧ୍ୟ ଯାଇଥାଏ ଯାହା ଶରୀରକୁ କ୍ଷତି ପହଞ୍ଚାଇଥାଏ । ଏହାକୁ ଟକ୍ସିନ୍‌ କୁହାଯାଏ । ଘି-କୁଆଁରୀ ସେବନ କରିବା ଦ୍ୱାରା ଅଦରକାରୀ ଟକ୍ସିନ୍‌ ବାହାରିଯାଏ ।
* ୩ଟି ପେଟ ରୋଗ- ପେଟର ୩ଟି ମୁଖ୍ୟ ସମସ୍ୟା ହେଉଛି କୋଷ୍ଠକାଠିନ୍ୟ, ବଦହଜମ ଓ ଗ୍ୟାସ୍‌ । କୋଷ୍ଠକାଠିନ୍ୟ ହେଲେ ପେଟରେ ଯନ୍ତ୍ରଣା ହୋଇ ସଫା ହୁଏନାହିଁ । ଗ୍ୟାସ୍‌ ହେବା ଦ୍ୱାରା ଖାଦ୍ୟରେ କଟକଣା ଲାଗିଯାଏ । ବଦହଜମୀରେ ପୋଷକତତ୍ତ୍ୱ ମିଳିପାରେନାହିଁ । ଯଦି ୫ ମିଲିଗ୍ରାମ ଘି-କୁଆଁରୀ ଜୁସ୍‌ ସେବନ କରାଯାଏ ତେବେ ଏହି ସମସ୍ୟାରୁ ରକ୍ଷା ପାଇବା ସହ ମେଦବହୁଳତାରୁ ଆଶ୍ୱସ୍ତି ମିଳିଥାଏ ।
* ୩ ପ୍ରକ୍ରିୟାରେ ମେଦ ହ୍ରାସ- ସାଧାରଣତଃ ଓଜନ ବଢିବା କାରଣ ହେଉଛି- ଦରକାରରୁ ଅଧିକ ଖାଦ୍ୟ ସେବନ, କୋଷ ଗୁଡିକରେ ଫ୍ୟାଟ୍‌ ଜମା ହେବା ଓ ମେଟାବଲିଜମ୍‌ ଦୁର୍ବଳ ହେବା । ଘି-କୁଆଁରୀ ରସ ଏହି ସମସ୍ତ ସମସ୍ୟାରୁ ରକ୍ଷା କରିଥାଏ । ଏହା ଭୋକ ନିୟନ୍ତ୍ରଣ କରିବା ସହ ମେଟାବଲିଜିମ୍‌ ବଢାଇ ଶରୀରକୁ ସୁସ୍ଥ ରଖେ ।
* ୩ ପ୍ରକ୍ରିୟାରେ ସୁନ୍ଦରତା ବୃଦ୍ଧି- ସମସ୍ତେ ସୁନ୍ଦର ଦେଖାଯିବା ପାଇଁ ଚେଷ୍ଟିତ ଥାଆନ୍ତି । ଯେପରିକି- ଚର୍ମ ସୁସ୍ଥ ରଖିବା, କେଶ ସୁସ୍ଥ ରଖିବା ଓ ଚେହେରା ଚମକିବା । ଦୈନନ୍ଦିନ ଘି-କୁଆଁରୀ ରସ ପିଇବା ଦ୍ୱାରା ଚର୍ମ ସୁସ୍ଥ ଓ ଚମକଦାର ରହିଥାଏ । ଘି-କୁଆଁରୀ ରସ ପିଇବା ଦ୍ୱାରା କେଶ ଘନ ହୋଇଥାଏ ।