ହକି ବିଶ୍ୱକପ୍‌ : ୨-୧ରେ ଜର୍ମାନୀକୁ ହରାଇ ସେମିରେ ବେଲଜିୟମ

ଭୁବନେଶ୍ୱର,୧୩/୧୨: କଳିଙ୍ଗ ଷ୍ଟାଡିୟମ୍‌ରେ ଜାରି ଥିବା ହକି ବିଶ୍ୱକପ୍‌ର ପ୍ରଥମ କ୍ୱାର୍ଟରଫାଇନାଲ ମ୍ୟାଚରେ ବେଲଜିୟମ୍‌ ଗୁରୁବାର ୨-୧ ଗୋଲରେ ଜର୍ମାନୀକୁ ପରାସ୍ତ କରିଛି। ବେଲଜିୟମ ଏହି ବିଜୟ ସହିତ ସେମିଫାଇନାଲରେ ପ୍ରବେଶ କରିଛି। ସେମିଫାଇନାଲ ମ୍ୟାଚ ବେଲଜିୟମ୍‌ ଏବଂ ଇଂଲଣ୍ଡ ମଧ୍ୟରେ ଡିସେମ୍ବର ୧୫ରେ ମୁକାବିଲା ହେବ।