ଶ୍ରେୟସ ଆୟରଙ୍କ ଧୂଆଁଧାର ବ୍ୟାଟିଂ, ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି ଟ୍ବେଣ୍ଟି ଜିତିଲା ଭାରତ

ନୂଆଦିଲ୍ଲୀ, ୦୭/୧୦ : ଶ୍ରେୟସ ଆୟରଙ୍କ ଧୂଆଁଧାର ବ୍ୟାଟିଂ। ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି ଟ୍ବେଣ୍ଟି ଜିତିଲା ଭାରତ । ୮ ୱିକେଟରେ ୱେଷ୍ଟ ଇଣ୍ଡିଜକୁ ପରାସ୍ତ କଲା ଟିମ ଇଣ୍ଡିଆ। ୧୭୨ ରନ ଟାର୍ଗେଟର ପିଛା କରୁଥିବା ଭାରତୀୟ ଦଳ ୨ ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଛି। ଅଧିନାୟକ ଶ୍ରେୟସ ଆୟର ଶତକୀୟ ପାଳି ଖେଳିଥିଲେ। ୪୩ ବଲରେ ୧୦୨ ରନ କରିଥିଲେ ଶ୍ରେୟସ। ୨୭ ବଲରେ ୩୭ ରନ କରିଥିଲେ ଇଷାନ କିଶନ। ୩୫ ରନରେ ୨ ୱିକେଟ ହରାଇବା ପରେ ଇଷାନ କିଶନ ଏବଂ ଶ୍ରେୟସ ଆୟର ପାଳି ସମ୍ଭାଳିଥିଲେ। ଏହାସହ ଭାରତ ୫ ମ୍ୟାଚ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି।