ଭୁବନେଶ୍ୱର, ୧୪/୦୮ : ଅବକାରୀ ଗୁଇନ୍ଦା ବିଭାଗକୁ ବଡ଼ ସଫଳତା । ବ୍ରହ୍ମପୁର ନିକଟରୁ ୧୦୬ କିଲୋ ଗଞ୍ଜେଇ ଜବତ ହୋଇଥିବା ବେଳେ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯାଇଛି । ଗଞ୍ଜେଇ ଚାଲାଣ ପାଇଁ ବ୍ୟବହୃତ ଏକ ବୋଲେରୋ ଏବଂ ବାଇକ୍ ସହ ୬ଟି ମୋବାଇଲ ଫୋନ୍ ମଧ୍ୟ ଜବତ କରିଛି ଅବକାରୀ ଗୁଇନ୍ଦା ବିଭାଗ । ଗୁପ୍ତ ସୂଚନା ଆଧାରରେ ବ୍ରହ୍ମପୁର ଜଗଦଳପୁର ନିକଟରେ ଚଢ଼ାଉ କରିଥିଲା ଅବକାରୀ ଗୁଇନ୍ଦା ଟିମ୍ । ଏକ ବୋଲେରୋରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ବିଭାଗକୁ ସୂଚନା ମିଳିଥିଲା । ଏହାପରେ ଯୋଜନାବଦ୍ଧ ଭାବେ ଗାଡ଼ିକୁ ଅଟକାଇ ଯାଞ୍ଚ କରାଯାଇଥିଲା । ଯାଞ୍ଚ ବେଳେ ବୋଲେରୋ ଭିତରୁ ବିପୁଳ ପରିମାଣର ଗଞ୍ଜେଇ ମିଳିଥିଲା । ଗଣନା ପରେ ମୋଟ ୧୦୬ କିଲୋ ଗଞ୍ଜେଇ ଜବତ ହୋଇଥିଲା ।