ବନ୍ୟା ପାଣିରେ ୧୫ ଫୁଟର ଅଜଗର, ଭୟରେ ଗାଁ ଲୋକ

ଭୁବନେଶ୍ୱର, ୧୯/୦୮ : ବନ୍ୟା ପାଣିରେ ହନ୍ତସନ୍ତ ଲୋକେ । ଚାରିଆଡ଼େ ପାଣି, ଆଉ ଏବେ ବନ୍ୟା ପାଣିରେ ବଢ଼ିଛି ସାପ ଓ କୁମ୍ଭୀରଙ୍କ ଭୟ । ଏଭଳି ଏକ ଆତଙ୍କଜନକ ଦୃଶ୍ୟ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ବ୍ଲକ ମଢ଼ିଆଳି ଗାଁରେ ଦେଖିବାକୁ ମିଳିଛି । ବନ୍ୟା ପାଣି ଘେରରେ ରହି ଗାଁ ଲୋକେ ଦୁର୍ଦ୍ଦଶା ଭୋଗୁଥିବା ବେଳେ ଗତ ରାତିରେ ହଠାତ୍ ଗାଁ ଭିତରକୁ ମାଡ଼ି ଆସିଥିଲା ଏକ ବିରାଟକାୟ ଅଜଗର ସାପ । ପ୍ରାୟ ୧୫ ଫୁଟ ଲମ୍ବର ଏହି ଅଜଗରକୁ ଦେଖି ଭୟଭୀତ ହୋଇ ପଡ଼ିଥିଲେ ଗାଁବାସୀ । ବନ୍ୟା ପାଣି ଭିତରେ ଅଜଗରଟି ଘୁରି ବୁଲୁଥିବାରୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ।