ଘୋଷଣା ହେଲା ଓଡ଼ିଶା ରଣଜୀ ଦଳ , ଶୁଭ୍ରାଂଶୁ ସେନାପତି ଅଧିନାୟକ

ଭୁବନେଶ୍ବର,୧/୧୦ : ଓଡ଼ିଶା ରଣଜୀ ଟିମ୍‌ କ୍ରୀଡ଼ା ବର୍ଷ ୨୦୨୫-୨୬ ପାଇଁ ଘୋଷଣା କରାଯାଇଛି। ଓଡ଼ିଶା ବରିଷ୍ଠ ପୁରୁଷ ଚୟନ କମିଟିର ସଦସ୍ୟ ସୌରଜିତ ମହାପାତ୍ର, ଅବକାଶ ଖୁଣ୍ଟିଆ ଓ ଶୁଭ୍ରଜିତ ସାହୁ ୩ଟି ମ୍ୟାଚ୍‌ ପାଇଁ ୧୫ ଜଣିଆ ଟିମ୍‌ ଘୋଷଣା କରିଛନ୍ତି। ଏହି ଟିମ୍‌ରେ ଶୁଭ୍ରାଂଶୁ ସେନାପତିଙ୍କୁ ଅଧିନାୟକ ଭାବେ ଚୟନ କରାଯାଇଛି। ଓଡ଼ିଶା କ୍ରିକେଟ୍‌ ଆସୋସିଏସନ୍‌ର ସଂପାଦକ ସଂଜୟ ବେହେରା ପ୍ରେସ୍‌ ବିଜ୍ଞପ୍ତି ମାଧ୍ୟମରେ ଏହା ଜଣାଇଛନ୍ତି।

୧୫ଜଣିଆ ଟିମ୍‌ :

  • ଶୁଭ୍ରାଂଶୁ ସେନାପତି (ଅଧିନାୟକ
  • ସ୍ବସ୍ତିକ ସାମଲ (ଉପଅଧିନାୟକ)
  •  ଗୌରବ ଚୌଧୁରୀ
  •  ସନ୍ଦୀପ ପଟ୍ଟନାୟକ
  • ଗୋବିନ୍ଦ ପୋଦ୍ଦାର
  • ଆଶୀର୍ବାଦ ସ୍ବାଇଁ (ୱିକେଟ୍‌କିପର)
  • ରାଜେଶ ଧୂପର (ୱିକେଟ୍‌କିପର)
  • ଅନିଲ ପରିଡ଼ା
  • ସମ୍ବିତ ଏସ୍‌ ବରାଳ
  • ସୁମିତ ଶର୍ମା
  • ବାଦଲ ବିଶ୍ବାଳ
  • ସୁନୀଲ କୁମାର ରାଉଳ
  • ରାଜେଶ ମହାନ୍ତି
  • ତାରିଣୀ ସା
  • ତାପସ ଦାସ

‌ଷ୍ଟାଣ୍ଡବାଏ ଖେଳାଳି :
-ଶାନ୍ତନୁ ମିଶ୍ର
-ବିପ୍ଲବ ସାମନ୍ତରାୟ
-ସୌରଭ ଗୌଡ଼
-ପ୍ରଶାନ୍ତ ରଣା
-କାର୍ତ୍ତିକ ବିଶ୍ବାଳ

ସୂଚନାଯୋଗ୍ୟ ରଣଜୀ ଟ୍ରଫିର କ୍ରୀଡ଼ା ସୂଚୀ ଅନୁସାରେ ଓଡ଼ିଶା ଓ ଭଦୋଦରା ମଧ୍ୟରେ ଆସନ୍ତା ୧୫-୧୮ ତାରିଖରେ ମ୍ୟାଚ୍‌ ଖେଳାଯିବ। ବାରବାଟୀ ଷ୍ଟାଡିୟମରେ ଏହି ମ୍ୟାଚ୍‌ର ଆୟୋଜନ ହେବ। ଅକ୍ଟୋବର ୨୫-୨୮ରେ ଉତ୍ତରପ୍ରଦେଶର କାନପୁରସ୍ଥିତ ଗ୍ରୀନପାର୍କ ଷ୍ଟାଡିୟମରେ ଓଡ଼ିଶା ଦ୍ବିତୀୟ ମ୍ୟାଚ୍‌ ଖେଳିବ। ଏଥିରେ ଉତ୍ତରପ୍ରଦେଶକୁ ଓଡ଼ିଶା ଭେଟିବ। ସେହିପରି ଓଡ଼ିଶା ଟିମ୍‌ ପରବର୍ତ୍ତୀ ମ୍ୟାଚ ବାରବାଟୀରେ ଖେଳିବ। ନଭେମ୍ବର ୧-୪ ତାରିଖରେ ଆନ୍ଧ୍ରପ୍ରଦେଶକୁ ଭେଟିବ।

ଓଡ଼ିଶା ଟିମ୍‌ ନଭେମ୍ବର ୮-୧୧ରେ ବିଦର୍ଭ, ନଭେମ୍ବର ୧୬-୧୯ରେ ନାଗାଲାଣ୍ଡ, ୨୦୨୬ ଜାନୁଆରି ୨୨-୨୫ରେ ତାମିଲନାଡୁ ଓ ଜାନୁଆରି ୨୯-ଫେବ୍ରୁଆରି ୧ ଯାଏଁ ଝାଡ଼ଖଣ୍ଡକୁ ଭେଟିବ।

ଓସିଏ ପକ୍ଷରୁ ସୂଚନା ଦିଆଯାଇଛି ଯେ, ରସନାରା ପରୱିନ୍‌ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ‌ଘୋଷଣା କରିଛନ୍ତି। ସେ ଭାରତୀୟ ଟିମ୍‌ରେ ସାମିଲ ହୋଇ ଗୋଟିଏ ଦିନିକିଆ ଓ ୨ଟି ଟି-୨୦ ମ୍ୟାଚ୍‌ ଖେଳିଥିଲେ। ଏତଦ୍‌ ବ୍ୟତୀତ ଓଡ଼ିଶା କ୍ରିକେଟ୍‌ ପାଇଁ ତାଙ୍କର ସ୍ମରଣୀୟ ଅବଦାନ ରହିଛି।