ଭୁବନେଶ୍ଵର, ୧୨/୦୫ : ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ମାରିଜୁଆନା ଜବତ। ଆଜି ସକାଳୁ ଡିଆରଆଇ ଓ କଷ୍ଟମ ବିଭାଗ ୧୧ କେଜି ମାରିଜୁଆନା ଜବତ କରିଛି। ଜବତ ମାରିଜୁଆନାର ମୂଲ୍ୟ ୪ କୋଟି ଟଙ୍କା ହେବ ବୋଲି ସୂଚନା ମିଳିଛି। ଘଟଣାରେ ତାମିଲନାଡୁର ଦୁଇ ଜଣ ଯାତ୍ରୀଙ୍କୁ ଅଟକ ରଖାଯାଇଛି। ସେମାନେ ଏହି ଜବତ ମାରିଜୁଆନାକୁ ଲଗେଜ୍ରେ ପ୍ୟାକ୍ କରି ବ୍ୟାଙ୍କକ୍ରୁ ଭୁବନେଶ୍ଵର ଆଣୁଥିବା ଜଣାପଡିଛି। ଘଟଣାରେ ଅଧିକ ତଦନ୍ତ ଜାରି ରହିଛି।