ସାମଗ୍ରୀ-୮ରୁ ୧୦ ଖଣ୍ଡ ବ୍ରେଡ୍, ୩ଟି ଟମାଟ ବଟା, ୨ଟି ବଡ କଟା ପିଆଜ, ୨-୩ଟି କଞ୍ଚାଲଙ୍କା, ୧/୨ଇଞ୍ଚର କଟା ଅଦା,୧ଚାମଚ କଟା ଧନିଆ ପତ୍ର, ୧/୪ ଚାମଚ ଜିରା, ୧/୨ ଆମଚୁର ପାଉଡର, ୧/୨ ହଳଦୀ ଗୁଣ୍ଡ, ୧ଚାମଚ ଧନିଆ ପାଉଡର,୧ଚାମଚ ତେଲ, ୧କପ୍ ପାଣି, ସ୍ୱାଦ ଅନୁଯାୟୀ ଲୁଣ ।
ପ୍ରଣାଳୀ- ପ୍ରଥମେ ବ୍ରେଡ୍ ଗୁଡିକୁ ଛୋଟ ଛୋଟକରି କାଟି ଗୋଟିଏ ପାତ୍ରରେ ରଖି , କଟା ପିଆଜ, ଧନିଆ, କଞ୍ଚାଲଙ୍କା, ଅଦା ଓ ରସୁଣକୁ ଏକାଠି ବାଟି ଦେବେ । ଗୋଟିଏ ପ୍ୟାନ୍ ରେ ତେଲ ଗରମ କରି ସେଥିରେ ଜିରା ଫୁଟାଇବେ ଜିରା ଫୁଟିଗଲାପରେ ସେଥିରେ ଟମାଟ ବଟା ଓ ପିଆଜ ବଟା ମିଶାଇ ଭଲଭାବେ କଷିବେ, ମସଲା ସବୁ ଭଲଭାବେ କଷି ହୋଇଯିବା ପରେ ସେଥିରେ ପାଣି ଦେଇ ଗୁଣ୍ଡ ମସଲା ସବୁ ମିଶାଇ ପୁଣି ଆଉଥରେ ଭଲଭାବେ କଷିଦେବେ । ଏହାପରେ ବ୍ରେଡ୍ର ଟୁକୁୁଡା ସବୁକୁ ଏହି କଷା ମସଲାରେ ପକାଇ ଭଲଭାବେ ଗୋଳାଇଦେବେ କିଛି ସମୟ ପରେ ପ୍ୟାନ୍ରେ ଜଳର ପରିମାଣ କମିଗଲେ ଚୂଲାକୁ ବନ୍ଦ କରିନେବେ ଏହାପରେ ଆପଣଙ୍କର ମସଲା ବ୍ରେଡ୍ ରେଡି ।
Prev Post
Next Post