ସାଧାରଣ ଭାବେ ସମାଜରେ କେବଳ ସେହିମାନଙ୍କର ପୂଜାଅର୍ଚ୍ଚନ କରାଯାଏ, ଯେଉଁମାନେ ଅନ୍ଧାରକୁ ଏଡେଇ ଆଲୋକ ଆଣିଥାନ୍ତି । ପାପର ବିନାଶ କରି ଧର୍ମର ସ୍ଥାପନା କରିଥାନ୍ତି । ସେହିମାନଙ୍କୁ ଆମେ ଭଗବାନ ଭାବି ଭଲ ପ୍ରତୀକ ଭାବେ ପୂଜା କରିଥାଉ । କି;ୁ ଏପରି କିଛି ସ୍ଥାନ ରହିଛି, ଯେଉଁଠାରେ କିଛି ଓଲଟା ହୁଏ । ଆଜ୍ଞା ହଁ, ଭାରତର କିଛି ଏପରି ମନ୍ଦିର ରହିଛି ଯେଉଁଠାରେ ଖଳ ଲୋକଙ୍କର ମୂର୍ତ୍ତି ସ୍ଥାପନ କରି ପୂଜାଅର୍ଚ୍ଚନା କରାଯାଏ, ଆଜି ଆମେ ଆପଣଙ୍କୁ ଭାରତରେ ରହିଥିବା ଏପରି କିଛି ମନ୍ଦିର ବିଷୟରେ ଜଣାଉଛୁ । ଯେଉଁଠାକୁ ପ୍ରତିବର୍ଷ ଅଧିକାଂଶ ପର୍ଯ୍ୟଟକଙ୍କର ଭିଡ଼ ଜମିଥାଏ । ଆନ୍ଧ୍ରପ୍ରଦେଶରେ ରାବଣଙ୍କର ଏକ ବହୁତ ବଡ଼ ମନ୍ଦିର ରହିଛି । ଏଠାରେ ଲୋକମାନେ ରାବଣଙ୍କର ପୂଜା କରିବା ପାଇଁ ଦୂର ଦୂରାନ୍ତରୁ ଆସିଥାନ୍ତି । ଏହି ମନ୍ଦିରଟି କାକିନଦା ସମୁଦ୍ର କୂଳରେ ରହିଛି । ରାବଣଙ୍କର ଏହା ଏକମାତ୍ର ମନ୍ଦିର ନୁହେଁ । କାନପୁର, ବିଦିଶା(ମଧ୍ୟପ୍ରଦେଶ) ଏବଂ ମନ୍ଦୋର (ରାଜସ୍ଥାନ)ରେ ବି ରାବଣଙ୍କର ଅନେକ ମନ୍ଦିର ରହିଛି । ଆପଣଙ୍କୁ ଜଣାଇଦେଉଛୁ ବ୍ରାହ୍ମଣମାନେ ମଧ୍ୟ ନିଜକୁ ରାବଣର ବଂଶୋଦ୍ଭବ ବୋଲି ବିବେଚିତ କରନ୍ତି ।