ଓଡ଼ିଶାରେ ହେବ ବୃହତ୍ ଆଲୁମିନିୟମ୍ ପ୍ରକଳ୍ପ : ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଲା ବେଦାନ୍ତ

ଭୁବନେଶ୍ୱର, ୧୪/୧୦ : ଓଡ଼ିଶାରେ ହେବ ବୃହତ୍ ଆଲୁମିୟମ୍ ପ୍ରକଳ୍ପ । ବେଦାନ୍ତ ଗ୍ରୁପ୍ ଚେୟାରମ୍ୟାନ ଅନୀଲ ଅଗ୍ରୱାଲ ୧ ଲକ୍ଷ ୬୦ ହଜାର କୋଟି ଟଙ୍କାର ନିବେଶ କରିବେ । ଏ ନେଇ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି ବେଦାନ୍ତ । ସାଢେ ୩ ବର୍ଷ ଭିତରେ ପ୍ରକଳ୍ପ ସାରିବାକୁ ପ୍ରସ୍ତାବ ଦେଇଛି ବେଦାନ୍ତ । ଡାଉନ୍ ଷ୍ଟ୍ରିମ୍ ଆଲୁମିନିୟମ୍ ପାର୍କ କରିବାକୁ ପ୍ରସ୍ତାବ ଦେଇଛି କମ୍ପାନୀ । ଏ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିଛନ୍ତି ଅନୀଲ ଅଗ୍ରୱାଲ । ଏନେଇ ଗତକାଲି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ମୋହନ ଆହୁଜାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ କମ୍ପାନିକୁ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ବୈଠକରେ କହିଛନ୍ତି । ସେପଟେ ପ୍ରକଳ୍ପ ନେଇ ଖୁବଶୀଘ୍ର ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିବେ ଅନୀଲ ଅଗ୍ରୱାଲ ।

SBI_Festive_Digital Billboard