ଭୁବନେଶ୍ୱର, ୦୪/୦୮ : ବର୍ଷାରୁ ଏବେ ମିଳିବ ନାହିଁ ଆଶ୍ୱସ୍ତି । ଆଗାମୀ ଦୁଇ ସପ୍ତାହ ଯାଏଁ ସକ୍ରିୟ ରହିପାରେ ମୌସୁମୀ । ଭାରତୀୟ ମହାସାଗରର ପରିବର୍ତ୍ତନ ଓ ଏଲ୍ ନିନୋର ପ୍ରଭାବ ମଧ୍ୟରେ ମୌସୁମୀର ଗତିବିଧି ଉପରେ ରହିଛି ନଜର । ଦେଶରେ ଜାରି ରହିଛି ମୌସୁମୀ ବର୍ଷାର ପ୍ରଭାବ । ଆଗାମୀ ଦୁଇ ସପ୍ତାହ ଯାଏଁ ମୌସୁମୀ ସକ୍ରିୟ ରହିବା ନେଇ ପାଣିପାଗ ବିଶେଷଜ୍ଞଙ୍କ ଆକଳନ ରହିଛି । ପ୍ରଶାନ୍ତ ମହାସାଗରରେ ଏଲ୍ ନିନୋର ପ୍ରଭାବ ମୌସୁମୀ ଉପରେ ପଡ଼ିପାରେ । ସାଧାରଣତଃ ଏଲ୍ ନିନୋ ଭାରତୀୟ ମୌସୁମୀକୁ ଦୁର୍ବଳ କରିବା ସହ କମ୍ ବର୍ଷାର ସମ୍ଭାବନା ବଢ଼ାଇଥାଏ ।
