ପୂର୍ବତନ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି ଡ. ଅଚ୍ୟୁତ ସାମନ୍ତ

ଭୁବନେଶ୍ୱର, ୦୪/୦୮ : ପୂର୍ବତନ ରାଜ୍ୟପାଳ ତଥା ବରିଷ୍ଠ ରାଜନେତା ବିଶ୍ୱଭୂଷଣ ହରିଚନ୍ଦନଙ୍କ ୯୩ତମ ଜନ୍ମଦିନ ଅବସରରେ କିଟ୍ ଓ କିସ୍ ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ତାଙ୍କ ବାସଭବନରେ ପହଞ୍ଚି ସୌଜନ୍ୟମୂଳକ ସାକ୍ଷାତ କରିବା ସହ ଜନ୍ମଦିନର ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି । ଏହି ଅବସରରେ ଡ. ସାମନ୍ତ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ଫୁଲତୋଡ଼ା ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ । ଉଭୟଙ୍କ ମଧ୍ୟରେ ସୌହାର୍ଦ୍ୟପୂର୍ଣ୍ଣ ପରିବେଶରେ ଆଲୋଚନା ହୋଇଥିଲା । ଏହି ସମୟରେ ଡ. ସାମନ୍ତ ବିଶ୍ୱଭୂଷଣ ହରିଚନ୍ଦନଙ୍କ ଦୀର୍ଘ ରାଜନୈତିକ ଜୀବନ, ସାମାଜିକ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ଏବଂ ଓଡ଼ିଶାର ଜନଜୀବନ ପ୍ରତି ତାଙ୍କର ନିଷ୍ଠା ଓ ସମର୍ପଣକୁ ପ୍ରଶଂସା କରିଥିଲେ । ସେ ବିଶ୍ୱଭୂଷଣ ହରିଚନ୍ଦନଙ୍କ ନିରାମୟ ଜୀବନ କାମନା କରିଥିଲେ । ଏହି ଅବସରରେ ଡ. ଅଚ୍ୟୁତ ସାମନ୍ତଙ୍କ ସହ କିସ୍ ବିଶ୍ୱବିଦ୍ୟାଳୟର ଉପଦେଷ୍ଟା ଶଶାଙ୍କ ଚୂଡ଼ାମଣି ମଧ୍ୟ ଉପସ୍ଥିତ ଥିଲେ ।

SBI AD