ପାକିସ୍ତାନର ଖାଇବର ପଖତୁନଖ୍ୱାରେ ରିକ୍ସାରେ ବୋମା ବିସ୍ଫୋରଣ: ୯ ମୃତ

ନୂଆଦିଲ୍ଲୀ, ୧୨/୦୫ : ଆଜି ଉତ୍ତର-ପଶ୍ଚିମ ପାକିସ୍ତାନର ଏକ ବଜାରରେ ରିକ୍ସାରେ ଖଞ୍ଜାଯାଇଥିବା ବୋମା ବିସ୍ଫୋରଣ ଘଟି ନଅ ଜଣଙ୍କର ମୃତ୍ୟୁ ହେବା ସହିତ ୨୪ରୁ ଅଧିକ ଆହତ ହୋଇଥିବା ପୁଲିସ କହିଛି । ସ୍ଥାନୀୟ ପୁଲିସ ମୁଖ୍ୟ ଆଜମତ ଉଲ୍ଲା କହିଛନ୍ତି , ଖାଇବର ପଖତୁନଖ୍ୱା ପ୍ରଦେଶର ଲକ୍କି ମାରୱାଟ ଜିଲ୍ଲାରେ ଏହି ଆକ୍ରମଣ ଘଟିଛି ।