ଘରୋଇ ଗ୍ୟାସରେ ବଡ଼ ନିୟମ, ୭ ଦିନରେ ଜବାବ ନ ଦେଲେ ବନ୍ଦ ହୋଇଯିବ ସବସିଡି

ନୂଆଦିଲ୍ଲୀ, ୧୨/୦୫ : ଇରାନ-ଇସ୍ରାଏଲ୍ ଯୁଦ୍ଧ ମଧ୍ୟରେ ଭାରତରେ ଦେଖା ଦେଇଥିବା ଇନ୍ଧନ ଗ୍ୟାସ ସଙ୍କଟର ମୁକାବିଲା ପାଇଁ ସରକାର ଗୋଟିଏ ପରେ ଗୋଟିଏ ପଦକ୍ଷେପ ଗ୍ରହଣ କରୁଛନ୍ତି । ଯେଉଁ ଉପଭୋକ୍ତାମାନେ ସବସିଡି ପାଇବାକୁ ହକଦାର ନୁହଁନ୍ତି ସେମାନଙ୍କ ତାଲିକା ଜାରି କରି ସବସିଡି ବନ୍ଦ କରିବାକୁ କେନ୍ଦ୍ର ସରକାର ସମସ୍ତ ତୈଳ କମ୍ପାନୀକୁ ନିର୍ଦ୍ଦେଶ ଦେଇଛନ୍ତି । ଯେଉଁମାନେ ସବସିଡି ପାଇବାକୁ ଯୋଗ୍ୟ ସେମାନେ ୭ ଦିନ ଭିତରେ ନିଜର ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ସରକାର ସମସ୍ତ ତୈଳ କମ୍ପାନୀ ଯଥା ଇଣ୍ଡିଆନ ଅଏଲ୍, ଭାରତ ପେଟ୍ରୋଲିୟମ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମକୁ ନିର୍ଦ୍ଦେଶ ଦେଇଛନ୍ତି ଯେ ଆୟକର ବିଭାଗର ତଥ୍ୟା ଆଧାରରେ ସବସିଡି ପାଇବାକୁ ଅଯୋଗ୍ୟ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଅର୍ଥାତ ସେମାନ ସବସିଡି ତାଲିକାରୁ ବାଦ ଦିଆଯିବ । କିନ୍ତୁ ଯେଉଁମାନେ ସବସିଡି ପାଇବାକୁ ଯୋଗ୍ୟ ସେମାନେ ୭ ଦିନ ଭିତରେ ନିଜର ଜବାବ ରଖିବେ । ଯେଉଁମାନଙ୍କର ବାର୍ଷିକ ଆୟ ୧୦ ଲକ୍ଷରୁ ଉର୍ଦ୍ଧ୍ୱ ସେହି ଉପଭୋକ୍ତା ସବସିଡି ପାଇବାକୁ ହକଦାର ନୁହଁନ୍ତି । ଆର୍ଥିକ ସ୍ୱଚ୍ଛଳ ପରିବାର ବଦଳରେ ଗରିବଙ୍କ ସାହାଯ୍ୟ ପାଇଁ ଉର୍ଜାର ବ୍ୟବହାର କରାଯିବା ଉଚିତ । ତୈଳ କମ୍ପାନୀଗୁଡ଼ିକୁ ଉପଭୋକ୍ତା ମାନଙ୍କୁ ନୋଟିସ୍ ପଠାଇବା ଆରମ୍ଭ କରିଦେଇଛି । ଆୟକର ବିଭାଗର ତଥ୍ୟ ଆଧାରେର ଯେଉଁ ପରିବାରରେ କୌଣସି ବି ସଦସ୍ୟଙ୍କର ବାର୍ଷିକ ଆୟ ୧୦ ଲକ୍ଷ ଟଙ୍କାରୁ ଅଧିକ ରହିଛି ସେମାନଙ୍କୁ ନୋଟିସ୍ କରାଯାଉଛି । ଏହା ପୂର୍ବରୁ ମଧ୍ୟ ସବସିଡି ବଞ୍ଚାଇବାକୁ ତୈଳ କମ୍ପାନୀମାନେ ଭିନ୍ନ ଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ନୂତନ ଗ୍ୟାସ ସଂଯୋଗ ବନ୍ଦ କରିବା ଏବଂ ରିଫିଲିଂ ବୁକିଂ ଅବଧି ମଧ୍ୟ ବୃଦ୍ଧି କରାଯାଇ ସବସିଡି ଉପରେ ନିୟନ୍ତ୍ରଣ ଅଣାଯାଇଥିଲା ।