ରାଜ୍ୟରେ ୧୩ ଦିନ ପାଇଁ ‘ରାଜ୍ୟରେ ତେଲର ଅଭାବ ନାହିଁ : ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର, ୧୫/୦୫ : ରାଜ୍ୟରେ ତୈଳ ସଂକଟ ନେଇ ପ୍ରତିକ୍ରିୟା ରଖିଲେ ଯୋଗାଣ ମନ୍ତ୍ରୀ । ‘ରାଜ୍ୟରେ ୧୩ ଦିନ ପାଇଁ ତେଲର ଅଭାବ ନାହିଁ’ । ଭୟଭୀତ ହୋଇ ପେଟ୍ରୋଲ ନ କଣିବାକୁ କହିଲେ ମନ୍ତ୍ରୀ । ଘରେ ପେଟ୍ରୋଲ କିଣି ମହଜୁଦ ରଖନ୍ତୁନି, ଦେଶ ଓ ରାଜ୍ୟରେ ପର୍ଯ୍ୟାପ୍ତ ତେଲ ରହିଛି । ଅସାଧୁ ବେପାରୀଙ୍କ ଉପରେ ନଜର ରଖାଯାଇଛି।ବେଆଇନ ଗଚ୍ଛିତ ତୈଳ ଥିବା ସ୍ଥାନରେ ଚଢ଼ାଉ କରାଯିବବୋଲି କହିଛନ୍ତି ମନ୍ତ୍ରୀ । ଯେତିକି ଆବଶ୍ୟକ ସେତିକି ତେଲ ପକାନ୍ତୁ ବୋଲି ମନ୍ତ୍ରୀ ପରାମର୍ଶ ଦେଇଛନ୍ତି । କୌଣସି ଗୁଜବ ଉପରେ ଗୁରୁତ୍ବ ଦିଅନ୍ତୁ ନାହିଁ । ଗହଳିକୁ ନଜରରେ ରଖି କିଛି ଟାଙ୍କିରେ କିଛି ନିୟମ କରିଛନ୍ତି । ଟାଙ୍କିରେ ବହୁତ ଭିଡ଼ ବଢ଼ିଯିବାରୁ ଅଳ୍ପ ଅଳ୍ପ ତେଲ ଦେଉଛନ୍ତି ମାଲିକ। ଆତଙ୍କିତ ହୋଇ ତେଲ ନ କିଣିବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ।