ନୂଆଦିଲ୍ଲୀ, ୨୩/୦୫ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଏକ ନିଯୁକ୍ତି ମେଳାରେ ବିଭିନ୍ନ ସରକାରୀ ବିଭାଗ ଏବଂ ସଂଗଠନରେ ନୂତନ ନିଯୁକ୍ତି ପାଇଥିବା ଯୁବକ ଯୁବତୀଙ୍କୁ ଭର୍ଚୁଆଲ୍ ଭାବରେ ୫୧,୦୦୦ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିବେ । ଏହି ନିଯୁକ୍ତି ମେଳା ଦେଶର ୪୭ଟି ସ୍ଥାନରେ ଅନୁଷ୍ଠିତ ହେବ । ଏପର୍ଯ୍ୟନ୍ତ ସାରା ଦେଶରେ ଅନୁଷ୍ଠିତ ୧୮ଟି ନିଯୁକ୍ତି ମେଳା ମାଧ୍ୟମରେ ପ୍ରାୟ ୧୨ ଲକ୍ଷ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ଯୁବପିଢ଼ିଙ୍କୁ ସମ୍ବୋଧିତ କରିବେ।