ଭୁବନେଶ୍ୱର, ୦୭/୦୬ : ଗୋଦାବରୀଶ ମିଶ୍ର ପ୍ରାଥମିକ ବିଦ୍ୟାଳୟର ଦ୍ୱିତୀୟ ପର୍ଯ୍ୟାୟ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ଦ୍ୱିତୀୟ ପର୍ଯ୍ୟାୟରେ ୨୦୪ଟି ବିଦ୍ୟାଳୟର ଭିତ୍ତି ପ୍ରସ୍ତର ସ୍ଥାପନ ହୋଇଛି । ମୁଖ୍ୟମନ୍ତ୍ରୀ ସାମ୍ବାଦିକଙ୍କୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ସରକାରଙ୍କ ଲକ୍ଷ୍ୟ ହେଉଛି ପ୍ରତ୍ୟେକ ପଞ୍ଚାୟତରେ ଗୋଟିଏ ଲେଖାଏଁ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ କରିବା । ପ୍ରତି ବିଦ୍ୟାଳୟ ୫ ଏକର ଜମି ଉପରେ ନିର୍ମାଣ କରାଯିବ । ଏଥିପାଇଁ ବିଦ୍ୟାଳୟ ପିଛା ୫ରୁ ୭ କୋଟି ଟଙ୍କା ଖର୍ଚ୍ଚ ହେବ । ଏଥିରେ ସ୍ମାର୍ଟ କ୍ଲାସ୍ ରୁମ୍ ବ୍ୟବସ୍ଥା ରହିବ । ପ୍ରତ୍ୟେକ ବିଦ୍ୟାଳୟକୁ ଉନ୍ନୀତ ବିଦ୍ୟାଳୟ ମାନ୍ୟତା ଦିଆଯାଉଛି । ପ୍ରଥମ ପର୍ୟ୍ୟାୟରେ ୧୧୮ଟି ଗୋଦାବରୀଶ ମିଶ୍ର ପ୍ରାଥମିକ ବିଦ୍ୟାଳୟ ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା ।