ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୌଣସି ଶୁଭ ଗ୍ରହ ଦୁଇ ଅଶୁଭ ଗ୍ରହ ମଧ୍ୟରେ ଆସେ, ଏହାକୁ ପାପକତ୍ରୀ ଯୋଗ ବୋଲି କୁହାଯାଏ । ଅର୍ଥାତ୍ ଦୁଇଟି ଅଶୁଭ ଗ୍ରହ ମଧ୍ୟରେ ଗୋଟିଏ ଶୁଭ ଗ୍ରହ ରହି ଚାପି ହେବା । ଜୁନ୍ ୯ ମଙ୍ଗଳବାର ସକାଳୁ ଏମିତି କିଛି ଯୋଗ ହେବାକୁ ଯାଉଛି । ଏହି ଦିନ ଚନ୍ଦ୍ରମା କୁମ୍ଭ ରାଶିରୁ ବାହାରି ମୀନ ରାଶିରେ ପ୍ରବେଶ କରିବେ । ଏହି ସମୟରେ ଗୋଟେ ପଟେ ରାହୁ କୁମ୍ଭରେ ଏବଂ ଅନ୍ୟପଟେ ମଙ୍ଗଳ ମେଷରେ ରହିବେ । ଏମାନଙ୍କ ମଧ୍ୟରେ ଚନ୍ଦ୍ର ରହିବେ । କେବଳ ଏତିକି ନୁହେଁ, ଏହି ସମୟରେ ଚନ୍ଦ୍ରଙ୍କ ସଂପର୍କ ଶନି ସହିତ ମଧ୍ୟ ରହିଥାଏ । ଯାହାଦ୍ବାରା ଏହି ଯୋଗର ପ୍ରଭାବ ଅଧିକ ରହିଥାଏ । ଖାସ୍ କରି ଦୁଇଟି ରାଶି ପାଇଁ ଏହି ସମୟ ଚ୍ୟାଲେଞ୍ଜପୂର୍ଣ୍ଣ ରହିଥାଏ । କକର୍ଟ ଏବଂ ମୀନ ରାଶି ପାଇଁ ଏହି ଯୋଗ ବେଶ୍ ପ୍ରଭାବ ପକାଇବ ।
କର୍କଟ : କର୍କଟ ରାଶିର ସ୍ବାମୀ ଚନ୍ଦ୍ର । ତେଣୁ ଏହାର ଯୋଗୁଁ ସିଧା କର୍କଟ ରାଶିର ଲୋକଙ୍କ ଉପରେ ପଡ଼ିବ । ଏହି ସମୟରେ ଆପଣଙ୍କ ମନ ବିଚଳିତ ରହିବ । ଛୋଟ ଛୋଟ କଥାରେ ଚିନ୍ତା ପ୍ରକାଶ କରିବେ । ଜୁନ୍ ଦ୍ବିତୀୟ ସପ୍ତାହ ଆରମ୍ଭରୁ ଆପଣଙ୍କ ପାଇଁ ମୁସ୍କିଲ ରହିବ । ପରିବାରରେ କିଛି ମତଭେଦ ହୋଇପାରେ ।
ପ୍ରତିକାର/ଉପାୟ : ଏହି ସମରେ କାହା ଉପରେ ମଧ୍ୟ ଅଧିକ ଭରସା କରନ୍ତୁ ନାହିଁ । ନିଜ କଥା କାହା ସହିତ ସେୟାର କରନ୍ତୁ ନାହିଁ । ପଇସା ସହିତ ଜଡିତ କିଛି ବଡ଼ ନିଷ୍ପତ୍ତି ନିଅନ୍ତୁ ନାହିଁ ।
ପ୍ରତିଦିନ ଭଗବାନ ଶିବଙ୍କୁ ସ୍ମରଣ କରନ୍ତୁ । ଶିବ ମନ୍ତ୍ର ଜପ୍ କରନ୍ତୁ, ମନକୁ ଶାନ୍ତି ମିଳିବ ।
ମୀନ : ମୀନ ରାଶିର ଲୋକଙ୍କ ପାଇଁ ଏହି ଯୋଗ ବେଶ୍ ପ୍ରଭାବ ପକାଇଥାଏ । ଏହି ସମୟରେ କ୍ରୋଧ ବଢିବ । ଯାହା ଫଳରେ ଆପଣଙ୍କ ସଂପର୍କରେ ତିକ୍ତତା ଆସିପାରେ । ଏହି ସମୟରେ କଥା ଉପରେ ନିୟନ୍ତ୍ରଣ ରଖିବା ବେଶ୍ ଜରୁରୀ । ପ୍ରତିଦିନ ଧ୍ୟାନ ଏବଂ ଯୋଗ କରନ୍ତୁ । ଏହାସହିତ ହନୁମାନ ଚାଳିଶା ପାଠ କରନ୍ତୁ । ନକାରାତ୍ମକ ପ୍ରଭାବ କମ୍ ହୋଇପାରେ ।