ନୂଆଦିଲ୍ଲୀ, ୦୭/୦୬ : କଥା ଦେଇ କଥା ରଖିଲେ ମହାମହିମ ରାଷ୍ଟ୍ରପତି। ରାଷ୍ଟ୍ରପତି ଭବନକୁ ଡାକି ବକେୟା ପାଉଣା ଦେଲେ ମହାମହିମ ରାଷ୍ଟ୍ରପତି । ନୂଆଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୋପଦି ମୁର୍ମୁଙ୍କ ଅତିଥି ସାଜିଲେ ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଅଂଗଲାଗି ସେବାୟତ ପ୍ରତିନିଧି ଦଳ। ଚଳିତ ବର୍ଷ ଫେବୃଆରୀ ୩ତାରିଖରେ ମହାମହିମ ରାଷ୍ଟ୍ରପତି ଦ୍ରୋପଦି ମୁର୍ମୁ ଓଡ଼ିଶା ଗସ୍ତରେ ଆସି ଯାଜପୁର ଆସି ମା ବିରଜାଙ୍କ ଦର୍ଶନ କରିଥିଲେ। ମା ବିରଜାଙ୍କ ଦର୍ଶନ ସାରିବା ପରେ ନାଭିଗୟାରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିଥିଲେ।