ନୂଆଦିଲ୍ଲୀ, ୦୮/୦୬ : ବିରୋଧୀ ଦଳଗୁଡ଼ିକ ମଧ୍ୟରେ ଏକତାକୁ ଅଧିକ ମଜଭୁତ କରିବା ଉଦ୍ଦେଶ୍ୟରେ ଆଜି ଇଣ୍ଡିଆ ମେଣ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ମେଣ୍ଟର ପ୍ରାୟ ୨୩ଟି ରାଜନୈତିକ ଦଳ ସାମିଲ ହେବାର ସମ୍ଭାବନା ରହିଛି ଏବଂ କିଛି ଦଳର ବରିଷ୍ଠ ନେତା ତଥା ପ୍ରତିନିଧିମାନେ ଭିଡିଓ କନଫରେନ୍ସିଂ ଜରିଆରେ ମଧ୍ୟ ଯୋଡ଼ି ହୋଇପାରନ୍ତି। ତେବେ ସୂତ୍ର ଅନୁସାରେ, ଡିଏମକେ ଏହି ବୈଠକରୁ ଦୂରେଇ ରହିଛି ।