ଭଦ୍ରକ ଓ ଢେଙ୍କାନାଳରେ ପ୍ରତିଷ୍ଠା ହେବ ନୂଆ ସରକାରୀ ମେଡିକାଲ କଲେଜ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୦୮/୦୬ : ଓଡ଼ିଶାର ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଆସିବ ବଡ଼ ପରିବର୍ତ୍ତନ । ଏନେଇ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୟୂରଭଞ୍ଜରେ ଆୟୋଜିତ ଏକ ଜନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘୋଷଣା କରି କହିଛନ୍ତି, ରାଜ୍ୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଅଧିକ ମଜବୁତ କରିବା ପାଇଁ ଭଦ୍ରକ ଓ ଢେଙ୍କାନାଳ ଜିଲ୍ଲାରେ ଆଉ ଦୁଇଟି ନୂଆ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବ । ଏହା ସହିତ ଚିକିତ୍ସା ସେବା ଓ ଶିକ୍ଷାର ଉନ୍ନତି ପାଇଁ ୭ଟି ଜିଲ୍ଲାରେ ନୂତନ ସରକାରୀ ନର୍ସିଂ କଲେଜ ଏବଂ ୪ଟି ଜିଲ୍ଲାରେ ସରକାରୀ ଡେଣ୍ଟାଲ କଲେଜ ଖୋଲାଯିବ ।