ଆସନ୍ତା ବୁଧବାର ବିଜେଡ଼ି ବୈଠକ, ଯୋଗ ଦେବେ ପରାଜିତ ପ୍ରାର୍ଥୀ

ଭୁବନେଶ୍ୱର, ୦୮/୦୬ : ଆସନ୍ତା ବୁଧବାର ଦିନ ବିଜୁ ଜନତା ଦଳର ଏକ ବଡ଼ ବୈଠକରେ ଅନୁଷ୍ଠିତ ହେବାକୁ ଯାଉଛି । ଭୁବନେଶ୍ୱରସ୍ଥିତ ରାଜ୍ୟ ମୁଖ୍ୟାଳୟ ଶଙ୍ଖ ଭବନଠାରେ ଅପରାହ୍ନ ୪ଟା ସମୟରେ ବୈଠକ ବସିବ । ଏ ନେଇ ଦଳର ଉପ ସଭାପତି ଦେବୀ ପ୍ରସାଦ ମିଶ୍ର ଚିଠି ଲେଖିଛନ୍ତି । ଏହି ବୈଠକରେ ସମସ୍ତ ପରାଜିତ ପ୍ରାର୍ଥୀଙ୍କୁ ଡକାଯାଇଛି । ଗତ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇକି ନିର୍ବାଚିତ ହୋଇନଥିବା ନେତାଙ୍କୁ ବୈଠକରେ ଯୋଗ ଦେବାକୁ ନିର୍ଦ୍ଦେଶ ରହିଛି । ସଭାପତି ନବୀନ ପଟ୍ଟନାୟକଙ୍କ ସମସ୍ତଙ୍କ ସହିତ ବିଚାର ବିମର୍ଶ କରିବେ । ସେହିପରି ପୂର୍ବରୁ ଦଳ ତରଫରୁ ଦିଆଯାଇଥିବା ଏସ୍ଆଇଆର୍ ସମ୍ପର୍କିତ କାର୍ଯ୍ୟକ୍ରମର ଅନୁପାଳନ ଓ ବ୍ଲକ/ପୌରାଞ୍ଚଳରେ ସାଙ୍ଗଠନିକ କମିଟି ଗଠନ ଓ ନିଆଯାଇଥିବା ଦଳୀୟ କାର୍ଯ୍ୟକ୍ରମ ସମ୍ପର୍କରେ ସଂକ୍ଷିପ୍ତ ବିବରଣୀ ସମ୍ପର୍କରେ ସଭାପତିଙ୍କ ଅବଗତ କରାଯିବ ।