ସୁସ୍ଥ ଶରୀର ପାଇଁ ଆମେ ଅନେକ ପ୍ରକାର ପନିପରିବା ଏବଂ ଫଳମୂଳ ଆଦି ଖାଇଥାଉ । ସେଥି ମଧ୍ୟରୁ କଦଳୀ ହେଉଛି ଅନ୍ୟତମ । କଦଳୀକୁ ଆମ ଶରୀର ପାଇଁ ଲାଭଦାୟକ ମାନାଯାଇଥାଏ । ଏହା ସମସ୍ତଙ୍କୁ ଯେତିକି ସ୍ବାଦିଷ୍ଟ ଲାଗେ ଦେହ ପାଇଁ ହିତକର ହୋଇଥାଏ । ଯାହା ସବୁ ଋତୁରେ ସହଜରେ ଏବଂ ସୁଲଭ ମୁଲ୍ୟରେ ମିଳିଯାଇଥାଏ । କଦଳୀରେ ଭିଟାମିନଠାରୁ ଆରମ୍ଭ କରି ଅନ୍ୟାନ୍ୟ ପୋଷକ ତତ୍ତ୍ବ ଭରପୁର ମାତ୍ରାରେ ଥାଏ । ଯାହା ଖାଇବା ଦ୍ବାରା ଶରୀରରେ ଅନେକ ଭଲ ପ୍ରଭାବ ପକାଇଥାଏ । ବିପି ନିୟନ୍ତ୍ରଣ କରିବାରେ କଦଳୀ ସାହାଯ୍ୟ କରିଥାଏ । ତା ସହିତ ଓଜନ ବୃଦ୍ଧି କରିବାରେ ମଧ୍ୟ ସହାୟକ କରିଥାଏ । ସଠିକ୍ ଉପାୟରେ ଖାଇବା ଦ୍ବାରା ଏହା ସମ୍ପୂର୍ଣ୍ଣ ରୂପେ ଫଳପ୍ରଦ ହୋଇଥାଏ ।
କଦଳୀ ସବୁ ଋତୁରେ ସହଜରେ ଉପଲବ୍ଧ ହେଉଥିବା ଏକ ଫଳ । ପିଲାଙ୍କଠାରୁ ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଏହାର ସ୍ୱାଦ ଉପଭୋଗ କରନ୍ତି । କଦଳୀକୁ ଭୋକ ମେଣ୍ଟାଇବା ଏବଂ ଶକ୍ତି ପ୍ରଦାନ କରିବା ପାଇଁ ଏକ ଭଲ ଫଳ ଭାବରେ ବିବେଚନା କରାଯାଏ । କଦଳୀ ଏମିତି ଏକ ଫଳ, ଯାହାକୁ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପକାରୀ ବୋଲି ମନେ କରାଯାଏ। ଏଥିରେ ଭରପୂର ପୋଷକତତ୍ତ୍ୱ, ପୋଟାସିୟମ୍ ଓ ଫାଇବର୍ ରହିଥାଏ । କିନ୍ତୁ ଆପଣ ଜାଣନ୍ତି କି, ସମସ୍ତଙ୍କ ପାଇଁ କଦଳୀ ଖାଇବା ଲାଭଦାୟକ ନୁହେଁ? କିଛି ଲୋକଙ୍କ ପାଇଁ ଏହା ସମସ୍ୟା ବଢ଼ାଇପାରେ। ତେବେ ଆସନ୍ତୁ ଜାଣିବା, କେଉଁମାନେ କଦଳୀ ଖାଇବାରୁ ଦୂରେଇ ରହିବା ଉଚିତ୍।
ପ୍ରଥମେ ଆସୁଛନ୍ତି ଡାଇବେଟିସ୍ ରୋଗୀ । କଦଳୀରେ ପ୍ରାକୃତିକ ଶର୍କରା ଅଧିକ ଥିବାରୁ ଅଧିକ ପରିମାଣରେ ଖାଇଲେ ରକ୍ତରେ ଶର୍କରା ସ୍ତର ବଢ଼ିପାରେ । ତେଣୁ ମଧୁମେହ ରୋଗୀମାନେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ କଦଳୀ ଖାଇବା ଉଚିତ୍ । ଦ୍ୱିତୀୟରେ ରହିଛନ୍ତି କିଡନୀ ସମସ୍ୟା ଥିବା ବ୍ୟକ୍ତି । କଦଳୀରେ ପୋଟାସିୟମ୍ ପରିମାଣ ଅଧିକ ଥାଏ । କିଡନୀ ଠିକ୍ ଭାବେ କାମ ନକଲେ ଶରୀରରେ ପୋଟାସିୟମ୍ ବଢ଼ି ସମସ୍ୟା ସୃଷ୍ଟି କରିପାରେ ।
ଯେଉଁମାନଙ୍କର ଆଲର୍ଜି କିମ୍ବା ପାଚନ ସମସ୍ୟା ରହିଛି, ସେମାନେ ମଧ୍ୟ ସାବଧାନ ରହିବା ଆବଶ୍ୟକ । କିଛି ଲୋକଙ୍କଠାରେ କଦଳୀ ଖାଇବା ପରେ ପେଟ ଫୁଲିବା, ଗ୍ୟାସ୍ କିମ୍ବା ଅସୁବିଧା ଦେଖାଦେଇପାରେ ।
ଏହା ସହିତ, ଯେଉଁମାନେ ଓଜନ କମାଇବା ପାଇଁ ଡାଏଟ୍ ଫଲୋ କରୁଛନ୍ତି, ସେମାନେ ମଧ୍ୟ କଦଳୀର ପରିମାଣ ଉପରେ ଧ୍ୟାନ ଦେବା ଉଚିତ୍ । ତେଣୁ କଦଳୀ ସ୍ୱାସ୍ଥ୍ୟକର ହେଲେ ମଧ୍ୟ, ନିଜ ଶରୀରର ଅବସ୍ଥା ଅନୁଯାୟୀ ଏହାକୁ ଖାଇବା ଦରକାର । କୌଣସି ରୋଗ କିମ୍ବା ବିଶେଷ ସ୍ୱାସ୍ଥ୍ୟ ସମସ୍ୟା ଥିଲେ, ଖାଦ୍ୟ ପରିବର୍ତ୍ତନ କରିବା ପୂର୍ବରୁ ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।
ଏଥିସହ ଜାଣିରଖନ୍ତୁ ଯେ, କଦଳୀ ଖାଇବା ପରେ କେଉଁ କାମ କରାଯାଏ ନାହିଁ ।
କଦଳୀ ଖାଇବା ପରେ ପାଣି ନ ପିଇବାକୁ ଆୟୁର୍ବେଦରେ ପରାମର୍ଶ ଦିଆଯାଇଛି । କାରଣ କଦଳୀ ଖାଇବା ପରେ ସହଜରେ ହଜମ ହୋଇନଥାଏ । ଯଦି କଦଳୀ ଖାଇ ସାରିବା ପରେ ପାଣି ପିଉଛନ୍ତି ତେବେ ଆପଣଙ୍କୁ ଥଣ୍ଡା, କାଶ ଏବଂ ଜ୍ବର ହେବାର ଆଶଙ୍କା ରହିଥାଏ । ଏହା ସହିତ ଆପଣ ଗ୍ୟାସ୍, ଏସିଡିଟି, କୋଷ୍ଠକାଠିନ୍ୟ ଏବଂ ପେଟ ଯନ୍ତ୍ରଣା ଭଳି ସମସ୍ୟାର ସମ୍ମୁଖୀନ କରିବାକୁ ମଧ୍ୟ ପଡିପାରେ । ଏହା କରିବା ଦ୍ବାରା ଆଲର୍ଜି ସମସ୍ୟା ଏବଂ ଇନସୁଲିନ୍ ପରିମାଣ ବୃଦ୍ଧି ପାଇଥାଏ । ରକ୍ତରେ ସୁଗାର ଲେବଲ ବଢି ଆପଣଙ୍କ ଚିନ୍ତାର କାରଣ ସାଜିପାରେ ।
କଦଳୀ ଖାଇବାର କେତେ ସମୟ ପରେ ପାଣି ପିଇବା ଉଚିତ୍ :
ଫଳ ଖାଇବାର ପ୍ରାୟ ୧ଘଣ୍ଟା ପରେ ପାଣି ପିଇବା ଉଚିତ୍ । ଫଳ ଖାଇବାର ୧ ଘଣ୍ଟା ପରେ ଲିକ୍ବିଡ୍ ଜାତୀୟ ଖାଦ୍ୟ ଖାଇବା ଆବଶ୍ୟକ । ଏହି ନିୟମ ସମସ୍ତ ଫଳ ଉପରେ ଲାଗୁ କରାଯାଇଛି । ତେଣୁ ଏଥିପ୍ରତି ସାମଧାନ୍ ରହିବା ଉଚିତ୍ । ରାତିରେ ଏବଂ ସନ୍ଧ୍ୟାରେ କଦଳୀ ଖାଇବା ଉଚିତ୍ ନୁହେଁ ବୋଲି କୁହାଯାଉଛି । ରାତିରେ ଖାଇବା ଦ୍ବାରା ଥଣ୍ଡା, କାଶ ସମସ୍ୟା ଦେଖାଦେଇଥାଏ ।କଦଳୀ ଖାଇବାର ସଠିକ୍ ସମୟ ହେଉଛି ଜଳଖିଆ ଖାଇବା ପରେ ନଚେତ୍ ଜଳଖିଆ ଖାଇବା ସମୟରେ ଖାଇବା ଉଚିତ୍ । ଯାହା ଆମ ସ୍ବାସ୍ଥ୍ୟ ଉପରେ ଭଲ ଫାଇଦା ପକାଇଥାଏ ।
