ଭୁବନେଶ୍ୱର, ୦୪/୦୮ : ଆଜିଠୁ ଦୁଇ ଦିନିଆ ଗଞ୍ଜାମ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭୁବନେଶ୍ୱରରୁ ସ୍ୱତନ୍ତ୍ର ଟ୍ରେନ ଯୋଗେ ଯିବେ ବ୍ରହ୍ମପୁର । ବ୍ରହ୍ମପୁର ରେଳ ଷ୍ଟେସନରେ ପହଞ୍ଚିବା ପରେ କାରକେଡ୍ରେ ତପ୍ତପାଣି ଯାଇ ମା’ କନ୍ଧୁଣୀଙ୍କ ଦର୍ଶନ କରିବେ । ପରେ ଗୋଳାବନ୍ଧ ଆର୍ମି ଏଡି କଲେଜରେ ରାତ୍ରିଯାପନ କରି ଆସନ୍ତାକାଲି ପୁଣି ବ୍ରହ୍ମପୁରରୁ ଟ୍ରେନ ଯୋଗେ ଭୁବନେଶ୍ୱର ଫେରିବେ । ଏହି ଦୁଇ ଦିନିଆ ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ଓ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
