ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ, ରାଜ୍ୟର ବିଭିନ୍ନ ସ୍ଥାନରେ ପାଣିରେ ବୁଡ଼ି ୧୧ ମୃତ

ଭୁବନେଶ୍ବର, ୧୭/୦୯ : ରାଜ୍ୟରେ ବିଭିନ୍ନ ସ୍ଥାନରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ପାଣିରେ ବୁଡ଼ି ୧୧ ମୃତ । ଜଗତସିଂହପୁର ଜିଲ୍ଲା ଏରସମା ଥାନା ପଣ୍ଡୁଆ ଗୋପାଳପୁରଠାରେ ଗଣେଶ ବିସର୍ଜନ ବେଳେ ଅଘଟଣ । ବୃଦ୍ଧା ନଦୀରେ ଭାସିଯାଇ ୪ ଯୁବକଙ୍କ ମୃତ୍ୟୁ ହୋଇଛି । ସମସ୍ତ ମୃତକଙ୍କ ଘର ଅରଡା ଗାଁର ସୂଚନା । ୪ ଜଣ ନଦୀରେ ଭାସିଯାଇଥିବା ବେଳେ ଅଗ୍ନିଶମ ବାହିନୀ ଓ ପୋଲିସ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା । ଉଦ୍ଧାର କରି ସମସ୍ତ ଙ୍କୁ ଏରସମା ମେଡିକାଲ ଅଣାଯାଇଥିଲା ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଛନ୍ତି । ହିଞ୍ଜିଳିକାଟୁ ସହର ବଇଁଚ ବଣିଆର ଆଦର୍ଶ ସାହୁ ଅନ୍ୟ ଜଣେ ରାୟଗଡ଼ା ଜିଲ୍ଲାର ପ୍ରତିମ ସାମିଲ ନିଜ ଦାଦା ଘର ବଇଁଚବଣିଆ ରେ ରହି ପଢୁଥିବା ଛାତ୍ରଙ୍କ ମୃତ୍ୟୁ ହୋଇଛି । ପ୍ରିତମ ବୃନ୍ଦାବନ ଉଚ୍ଚ ବିଦ୍ୟାଳୟ ଓ ଆଦର୍ଶ ସରକାରୀ NAC ଉଚ୍ଚ ବିଦ୍ୟାଳୟ ରେ ପଢୁଥିଲେ । ହିଞ୍ଜିଳିକାଟୁ ଅଗ୍ନିଶମ ବିଭାଗ ୨ ଯୁବକଙ୍କୁ ନଦୀରୁ ଉଦ୍ଧାର କରି ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ହିଞ୍ଜିଳିକାଟୁ ସହର ବଇଁଚ ବଣିଆର ଆଦର୍ଶ ସାହୁ ଅନ୍ୟ ଜଣେ ରାୟଗଡ଼ା ଜିଲ୍ଲାର ପ୍ରତିମ ସାମିଲ ନିଜ ଦାଦା ଘର ବଇଁଚବଣିଆ ରେ ରହି ପଢୁଥିବା ଛାତ୍ରଙ୍କ ମୃତ୍ୟୁ ହୋଇଛି । ପ୍ରିତମ ବୃନ୍ଦାବନ ଉଚ୍ଚ ବିଦ୍ୟାଳୟ ଓ ଆଦର୍ଶ ସରକାରୀ NAC ଉଚ୍ଚ ବିଦ୍ୟାଳୟ ରେ ପଢୁଥିଲେ । ହିଞ୍ଜିଳିକାଟୁ ଅଗ୍ନିଶମ ବିଭାଗ ୨ ଯୁବକଙ୍କୁ ନଦୀରୁ ଉଦ୍ଧାର କରି ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଏପଟେ ଗଞ୍ଜାମ ଦିଗପହଣ୍ଡିରୁ ଜଣେ, ରାଉରକେଲାର ୩ ଜଣ, ଭଦ୍ରକ ଚାନ୍ଦବାଲିରୁ ଜଣଙ୍କର ପାଣିରେ ବୁଡ଼ି ମୃତ୍ୟୁ ହୋଇଛି ।