ବରିଷ୍ଠ ଶିକ୍ଷକନେତା ଅବନୀ ମହାନ୍ତିଙ୍କ ଶ୍ରଦ୍ଧାଞ୍ଜଳି ସଭା

ମହାକାଳପଡ଼ା, ୧୭/୦୯ : ବରିଷ୍ଠ ଶିକ୍ଷକ ନେତା ସ୍ବର୍ଗତ ଅବନୀ ମହାନ୍ତି ଙ୍କ ଅମର ଆତ୍ମା ର ସଦଗତି କାମନା ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି l ଅଲଓଷ୍ଟା ଶିକ୍ଷକ ସଙ୍ଘ ମହାକାଳପଡ଼ା ଶାଖା ତରଫରୁ ପଂଚାୟତ ହାଇସ୍କୁଲ କେୟାରବାଙ୍କ ପରିସର ରେ ଦିବଂଗତ ବ୍ରାହ୍ମଚର୍ଯ୍ୟ ସ୍ବର୍ଗତ ମହାନ୍ତି ଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆୟୋଜିତ ସଭା ରେ ବ୍ଲକସଙ୍ଘ ସଭାପତି ନିର୍ମଳ ଆଚାର୍ଯ୍ୟ ସଭାପତିତ୍ୱ କରିଥିଲେ l ଆମନ୍ତ୍ରିତ ଅତିଥି ଭାବେ ରାଜ୍ୟ ସଙ୍ଘ ର ଧନେଶ୍ୱର ପାତ୍ର,ଶୁଶାନ୍ତ ପ୍ରଧାନ, ଜିଲ୍ଲା ସଙ୍ଘ ର କରୁଣାକର ଭୋଳ, ଅଶୋକ ସାହୁ, ଅବସର ପ୍ରାପ୍ତ ଶିକ୍ଷକ ସଙ୍ଘ ର ଘନଶ୍ୟାମ ନାୟକ, ନିରାକାର ଜେନା କେଶବ ପ୍ରାମାଣିକ, ବିଜୟ ଜେନା ଓବ୍ଲକ ସମନ୍ୱୟ ସମିତିର ଅଶୋକ ମହାପାତ୍ର ଆଦି ଉପସ୍ଥିତ ଥିଲେ l ଏତଦ ବ୍ୟତୀତ ଅବସର ପ୍ରାପ୍ତ କର୍ମଚାରୀ ସଙ୍ଘ ର ନରୋତ୍ତମ ପାର୍ଥସାରଥୀ ଆଦି ମଂଚାସୀନ ଥିଲେ l ଆମନ୍ତ୍ରିତ ଅତିଥି ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ସଙ୍ଘ ର କର୍ମକର୍ତ୍ତା ସାଧାରଣ ସଦସ୍ୟ ଏବଂ କାର୍ଯ୍ୟରତ ଶିକ୍ଷକ ମାନେ ଆୟୋଜିତ ସଭା ରେ ଉପସ୍ଥିତ ରହି ସ୍ବର୍ଗତ ମହାନ୍ତି ଙ୍କ ସ୍ମୃତି ଚାରଣ କରିଥିଲେ l ମଂଚାସୀନ ଅତିଥି ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଅନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ପରେ ସ୍ବର୍ଗତ ମହାନ୍ତି ଙ୍କ ଫଟୋ ଚିତ୍ରରେ ଧୂପ, ଦୀପ ଓ ମାଲ୍ୟାର୍ପଣ କରାଯାଇଥିଲା l ସଭାସଦ ବର୍ଗ ସ୍ବର୍ଗତ ନେତା ଶ୍ରୀ ମହାନ୍ତି ଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ ନିରବ ପ୍ରାର୍ଥନା କରିବା ପରେ ଅବସର ଶିକ୍ଷକ ରମେଶ ସାହାଣୀ ଅତିଥି ପରିଚୟ ପ୍ରଦାନ କରିବା ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା l ଉପସ୍ଥିତ ଶିକ୍ଷକ /କର୍ମଚାରୀ ମାନେ ବରିଷ୍ଠ ଶିକ୍ଷକ ନେତା ସ୍ବର୍ଗତ ମହାନ୍ତି କିଭଳି ସାରାଜୀବନ ଜିଲ୍ଲା ତଥା ରାଜ୍ୟର ଶିକ୍ଷକ ମାନଙ୍କ ସୁଖ ଦୁଃଖରେ ସ୍ୱର ମିଶାଇ ହକ ପାଇଁ ଲଢେଇକରୁଥିଲେ ଏନେଇ ଆଲୋକପାତ କରିଥିଲେ l ଖାଲି ଶିକ୍ଷକ ନୁହନ୍ତି ଶିକ୍ଷା ବିଭାଗ ସହିତ ସଂଶ୍ଲିଷ୍ଟ କର୍ମଚାରୀ ମାନଙ୍କ ପାଇଁ ଅଣ୍ଟା ଭିଡ଼ିଥିବାର ଉପସ୍ଥିତ କର୍ମଚାରୀ ମାନେ ମତବ୍ୟକ୍ତ କରିଥିଲେ l ସେ ବ୍ୟକ୍ତି ରେ ସୀମିତ ନରହି ଅନୁଷ୍ଠାନ ର ପରିଚୟ ସୃଷ୍ଟି କରିଥିଲେ l କେହି କେହି ତାଙ୍କୁ ତାଲାବନ୍ଦ ଆନ୍ଦୋଳନ ର ମୁଖ୍ୟ ପୁରୋଧା କହୁଥିବା ବେଳେ କେହି ତାଙ୍କୁ ଅଫିସର ଙ୍କୁ ଅଡୁଆରେ ପକାଇ ଶିକ୍ଷକ ଙ୍କ କାର୍ଯ୍ୟ ହାସଲ କରିବାରେ ପାରଙ୍ଗମ ବୋଲି କହିଥିଲେ l ବିଶେଷ କରି ସ୍ବର୍ଗତ ମହାନ୍ତି ଙ୍କ ମହାକାଳପଡ଼ା ବ୍ଲକ ପ୍ରତି ଦୁର୍ବଳତା ରହିଥିବାରୁ ଆଜି ଶିକ୍ଷକ ସମାଜ ଦିବଂଗତ ବରିଷ୍ଠ ଶିକ୍ଷକ ନେତାଙ୍କ ଉଦ୍ଦେଶ୍ୟରେ ଆୟୋଜିତ ସଭାରେ ତାଙ୍କର ସହଯୋଗ , ସହାନୁଭୂତି ଓସମଭାବାପନ୍ନ ଗୁଣ ନେଇ ଭୂୟୀୟସୀ ପ୍ରଶଂସା କରିଥିଲେ l ଅବସର ଶିକ୍ଷକ ଅଭିନ୍ନ ଚନ୍ଦ୍ର ନାୟକ, ବିଜୟ କୁମାର ନାଥ, ଅଜୟ କୁମାର ପରିଡା, ନାରାୟଣ ପଣ୍ଡା ପ୍ରେମାନନ୍ଦ ଜେନା, ରଘୁନାଥ ସାହୁ ଓ ସୁରେନ୍ଦ୍ର ରାଉତ ଙ୍କ ସହିତ ଅମୀୟ ଚୌଧୁରୀ, ପ୍ରତାପ ସ୍ୱାଇଁ ଆଦି ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ lସଭାଶେଷରେ ଶିକ୍ଷକ ବିଭୁତି ଦାସ ଧନ୍ୟବାଦ ଅର୍ପଣ କରିବା ପରେ ସଭାସାଙ୍ଗ ହୋଇଥିଲା l