ଲୋକଙ୍କ ଉପରେ ଚଢ଼ିଗଲା ୧୮ ଚକିଆ ଟ୍ରକ୍, ୭ ମୃତ

ନୂଆଦିଲ୍ଲୀ, ୦୬/୧୧ : ଝାଡ଼ଖଣ୍ଡର ଖୁଣ୍ଟି ଜିଲ୍ଲା କର୍ରା ଥାନା ଅନ୍ତର୍ଗତ କର୍ରା-ତୋରପା ମୁଖ୍ୟ ରାସ୍ତାରେ ଗୁରୁବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟି ୩ ଜଣ ଶିଶୁ, ୩ ଜଣ ମହିଳା ଓ ଜଣେ ପୁରୁଷଙ୍କ ସମେତ ମୋଟ ୭ ଜଣଙ୍କର ମୃତ୍ୟୁ ହୋଇଛି। ରାସ୍ତା କଡ଼ରେ ପୂର୍ବରୁ ଘଟିଥିବା ଗାଡ଼ି ଦୁର୍ଘଟଣା ଦେଖିବା ଏବଂ ଉଦ୍ଧାର କାର୍ୟ୍ୟ ପାଇଁ ରୁଣ୍ଡ ହୋଇଥିବା ଲୋକଙ୍କ ଉପରେ ଏକ ଅନିୟନ୍ତ୍ରିତ ୧୮ ଚକିଆ ଟ୍ରକ୍ ଚଢ଼ିଯିବା ଫଳରେ ଏହି ଅଘଟଣ ଘଟିଛି। ତେବେ ଏଥିରେ ଗୁରୁତର ଆହତ ହୋଇଥିବା ଜଣେ ବ୍ୟକ୍ତି ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି।