ନୂଆଦିଲ୍ଲୀ, ୧୬/୧୧ : ପୁଣି ଅଶାନ୍ତ ହୋଇପଡ଼ିଛି ବାଂଲାଦେଶ । ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ଦାବିରେ ଦେଶର ବିଭିନ୍ନ ସ୍ଥାନରେ ରାଜନୈତିକ ଉତ୍ତେଜନା ବଢ଼ିବାରେ ଲାଗିଛି । ବିଶେଷକରି ହସିନାଙ୍କ ନିଜ ଜିଲ୍ଲା ଗୋପାଳଗଞ୍ଜରେ ରବିବାର ଭୟଙ୍କର ହିଂସାକାଣ୍ଡ ଘଟିଛି । ଶତାଧିକ ଆୱାମୀ ଲିଗ୍ କର୍ମୀ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହି ସମୟରେ ଉତ୍ତ୍ୟକ୍ତ ପ୍ରଦର୍ଶନକାରୀମାନେ ପୋଲିସର ଏକ ସଶସ୍ତ୍ର ଯାନରେ ନିଆଁ ଲଗାଇଦେବା ସହ ଏକ ପୋଲିସ ଫାଣ୍ଡିରେ ଭଙ୍ଗାରୁଜା କରିଛନ୍ତି।