ଆଜିର ରାଶିଫଳ (ଶୁକ୍ରବାର)

ତା : ୨୦/୧୧/୨୦୨୬

ମେଷ : ଆଜି ଆପଣଙ୍କ ପାଇଁ ଏକ ସାଧାରଣ ଦିନ ରହିବ । ବ୍ୟବସାୟିକ କ୍ଷେତ୍ରରେ ସରକାରୀ ହସ୍ତକ୍ଷେପ ବଢ଼ିପାରେ । ଆୟ ବୃଦ୍ଧି ହେବା ସହ କଠିନ ପରିଶ୍ରମର ଉଚିତ ଫଳ ମିଳିବ । ତେବେ ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ । ପାରିବାରିକ ଜୀବନରେ ଶାନ୍ତି ବଜାୟ ରଖିବାକୁ ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ । ବନ୍ଧୁଙ୍କ ସହଯୋଗରେ ଚାକିରିର ନୂଆ ସୁଯୋଗ ମିଳିପାରେ । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଶୁଭ ରହିବ । ସ୍ୱାସ୍ଥ୍ୟ ଓ ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ ।

ବୃଷ : ଆଜି ଆପଣଙ୍କ ପାଇଁ ମିଶ୍ରିତ ଫଳ ମିଳିବ । ବ୍ୟବସାୟରେ ଆର୍ଥିକ ଲାଭର ଯୋଗ ରହିଛି । କୌଣସି ଯାତ୍ରାରେ ଯିବାର ସୁଯୋଗ ମିଳିପାରେ । ନିଜ କ୍ରୋଧ ଓ ଭାବନା ଉପରେ ନିୟନ୍ତ୍ରଣ ରଖନ୍ତୁ । ଜୀବନସାଥୀଙ୍କଠାରୁ ପୂର୍ଣ୍ଣ ସହଯୋଗ ମିଳିବ । ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ ଏବଂ ସେମାନଙ୍କଠାରୁ ଲାଭ ମିଳିବାର ସମ୍ଭାବନା ରହିଛି । ତେବେ ଧନହାନି ଓ ମାନସିକ ଚିନ୍ତାର ଆଶଙ୍କା ରହିଛି । ଶାରୀରିକ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ । ବୈବାହିକ ଜୀବନ ସୁଖମୟ ରହିବ ।

ମିଥୁନ : ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ରହିବ । ବନ୍ଧୁମାନଙ୍କ ସହଯୋଗରେ ବ୍ୟବସାୟରେ ଉନ୍ନତି ହେବ । ବଡ଼ ପ୍ରକଳ୍ପରେ ସଫଳତା ମିଳିବା ସହ ଆୟର ନୂଆ ଉତ୍ସ ସୃଷ୍ଟି ହୋଇପାରେ । ପୁରୁଣା ବନ୍ଧୁଙ୍କ ସହ ସମ୍ପର୍କ ପୁଣି ମଜବୁତ ହେବ । ନୂଆ କାମ ଆରମ୍ଭ କରିବାକୁ ଯୋଜନା କରିପାରନ୍ତି । ସରକାରୀ କ୍ଷେତ୍ରରୁ ଲାଭ ମିଳିବାର ଯୋଗ ରହିଛି । ପରିବାରରେ ଥିବା ପୁରୁଣା ମତଭେଦ ଦୂର ହେବ ଏବଂ ଖୁସିର ପରିବେଶ ରହିବ । ତେବେ କଥାବାର୍ତ୍ତା ସମୟରେ ସଂଯମ ରଖନ୍ତୁ ଓ କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ ।

କର୍କଟ : ଆଜି ଆପଣଙ୍କ ପାଇଁ ଏକ ଶୁଭ ଦିନ ରହିବ । କର୍ମକ୍ଷେତ୍ର ଓ ବ୍ୟବସାୟରେ ଆର୍ଥିକ ଲାଭ ମିଳିବାର ସମ୍ଭାବନା ରହିଛି । ପୈତୃକ ସମ୍ପତ୍ତିରୁ ଧନଲାଭ ହୋଇପାରେ । ପରିବାର ସଦସ୍ୟଙ୍କ ସହ ଆନନ୍ଦରେ ସମୟ ବିତିବ । ଘରେ ଧାର୍ମିକ କାର୍ଯ୍ୟ ଆୟୋଜନ ହୋଇପାରେ । ଆପଣ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବେ । ନୂଆ ଯୋଜନା ଆରମ୍ଭ କରିବା ପାଇଁ ଦିନଟି ଅନୁକୂଳ । ପିଲାମାନଙ୍କ ସହ ଖୁସିର ସମୟ ବିତିବ । ବନ୍ଧୁମାନଙ୍କ ସହ ମିଳାମିଶା ଓ ମନୋରଞ୍ଜନର ସୁଯୋଗ ମିଳିବ । ତେବେ କଥାବାର୍ତ୍ତାରେ ସଂଯମ ରଖନ୍ତୁ ।

ସିଂହ : ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ରହିବ । ଅଚାନକ ଧନଲାଭ ହେବା ସହ କର୍ମକ୍ଷେତ୍ରରେ ଉନ୍ନତିର ସୁଯୋଗ ମିଳିପାରେ । ତେବେ ନୂଆ କାମ ଆରମ୍ଭ କରିବା ପାଇଁ ଦିନଟି ବିଶେଷ ଅନୁକୂଳ ନୁହେଁ । ଆର୍ଥିକ କାରବାର ସମୟରେ ସତର୍କ ରୁହନ୍ତୁ । ଅଫିସରେ ଅଧିକ କାର୍ଯ୍ୟଭାର ଯୋଗୁଁ ଥକ୍କା ଅନୁଭବ କରିପାରନ୍ତି । ପାରିବାରିକ ଜୀବନ ସୁଖମୟ ରହିବ । ପରିବାର ସହ ଧାର୍ମିକ ସ୍ଥାନକୁ ଯାତ୍ରା କରିବାର ଯୋଗ ରହିଛି । ନିଜ ପାଇଁ କିଛି ସମୟ ବାହାର କରନ୍ତୁ । ପରିବାର ସଦସ୍ୟଙ୍କ ସହ ସମୟ ବିତାଇଲେ ମନ ଖୁସି ରହିବ ।

କନ୍ୟା : ଆଜି ଆପଣଙ୍କ ପାଇଁ ଏକ ସାଧାରଣ ଦିନ ରହିବ । ମନରେ ଅସ୍ଥିରତା ରହିବା ସହ ଶାରୀରିକ ଥକ୍କା ଅନୁଭବ କରିପାରନ୍ତି । ଆର୍ଥିକ ଲାଭର ସୁଯୋଗ ଥିଲେ ମଧ୍ୟ ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ । ଗାଡ଼ିମୋଟରର ରକ୍ଷଣାବେକ୍ଷଣରେ ଅଧିକ ଅର୍ଥ ବ୍ୟୟ ହୋଇପାରେ । ବନ୍ଧୁଙ୍କ ସହ ସାକ୍ଷାତ ହେବା ସହ ପରିବାରରୁ ସହଯୋଗ ମିଳିବ । ଅନ୍ୟମାନଙ୍କୁ ସାହାଯ୍ୟ କରି ଆତ୍ମସନ୍ତୋଷ ପାଇବେ । ତେବେ କ୍ରୋଧ ଓ ଭାବନା ଉପରେ ନିୟନ୍ତ୍ରଣ ରଖନ୍ତୁ । ଧାର୍ମିକ ଯାତ୍ରାର ଯୋଜନା ହୋଇପାରେ । ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ ।

ତୁଳା : ଆଜି ଆପଣଙ୍କ ପାଇଁ ଏକ ଭଲ ଦିନ ରହିବ । ଅଚାନକ ଧନଲାଭ ହେବାର ଯୋଗ ରହିଛି । ବନ୍ଧୁ ଓ ସହକର୍ମୀଙ୍କଠାରୁ ଲାଭ ପାଇବେ । ଚାକିରି କରୁଥିବା ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଭଲ ସଫଳତା ହାସଲ କରିବେ । ନିଜ କାମ ପାଇଁ ଉଚ୍ଚ ପ୍ରଶଂସା ଓ ସ୍ୱୀକୃତି ମିଳିପାରେ । ପରିବାରରେ ସୁଖଶାନ୍ତି ବଜାୟ ରହିବ । ପରିବାର ସଦସ୍ୟଙ୍କ ସହ ଧାର୍ମିକ ସ୍ଥାନକୁ ଯିବାର ସୁଯୋଗ ମିଳିପାରେ । ଘରେ ସମସ୍ତଙ୍କ ସହ ଭଲ ସମୟ ବିତିବ । ତେବେ ଖାଦ୍ୟପେୟ ଓ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ଭାବିଚିନ୍ତି ନିଷ୍ପତ୍ତି ନେଲେ ଲାଭବାନ ହେବେ ।

ବିଛା : ଆଜି ଆପଣଙ୍କ ପାଇଁ ଏକ ଶୁଭ ଦିନ ରହିବ । ଦିନଟି ନୂଆ ଅନୁଭୂତି ଓ ଉତ୍ସାହରେ ଭରି ରହିବ । ଆପଣଙ୍କ ଧୈର୍ଯ୍ୟ ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । କର୍ମକ୍ଷେତ୍ରରେ ଆପଣଙ୍କ କାମରେ ଉଚ୍ଚ ଅଧିକାରୀମାନେ ସନ୍ତୁଷ୍ଟ ରହିବେ । ବନ୍ଧୁ ଓ ପ୍ରିୟଜନଙ୍କ ସହ ଆନନ୍ଦମୟ ସମୟ ବିତିବ । ନୂଆ ଗାଡ଼ି କିଣିବା କିମ୍ବା ଯାତ୍ରା କରିବାର ଯୋଗ ରହିଛି । ଆର୍ଥିକ କ୍ଷେତ୍ରରେ ଲାଭ ମିଳିବ । ପାଠପଢ଼ାରେ ଛାତ୍ରଛାତ୍ରୀମାନେ ସଫଳତା ପାଇବେ । ସଙ୍ଗୀତ ଓ କଳା ପ୍ରତି ଆଗ୍ରହ ବଢ଼ିବ । ତେବେ ଶାରୀରିକ ଅସୁସ୍ଥତା ଓ ମାନସିକ ଚିନ୍ତା ପ୍ରତି ସତର୍କ ରୁହନ୍ତୁ ।

ଧନୁ : ଆଜି ଆପଣଙ୍କ ପାଇଁ ଏକ ସାଧାରଣ ଦିନ ରହିବ । ଆର୍ଥିକ ଲାଭର ସୁଯୋଗ ଥିଲେ ମଧ୍ୟ ଏଥିପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ । କାର୍ଯ୍ୟକ୍ଷେତ୍ରରେ ଅତିରିକ୍ତ ଦାୟିତ୍ୱ ମିଳିବାର ସମ୍ଭାବନା ରହିଛି । ପରିବାରରେ ମତଭେଦ ଦେଖାଦେଇପାରେ । ତେଣୁ କଥାବାର୍ତ୍ତା ସମୟରେ ସଂଯମ ରଖନ୍ତୁ । ଅଯଥା ଚିନ୍ତା ଓ ନକାରାତ୍ମକ ଭାବନାଠାରୁ ଦୂରେଇ ରୁହନ୍ତୁ । ମାନସିକ ଚାପ ଯୋଗୁଁ ସ୍ୱାସ୍ଥ୍ୟ ପ୍ରଭାବିତ ହୋଇପାରେ । ଖର୍ଚ୍ଚ ବଢ଼ିବାର ଆଶଙ୍କା ରହିଛି । ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେବା ସହ ନୂଆ ବନ୍ଧୁ ସୃଷ୍ଟି କରିବାର ସୁଯୋଗ ମିଳିବ ।

ମକର : ଆଜି ଆପଣଙ୍କ ପାଇଁ ଏକ ଶୁଭ ଦିନ ରହିବ । ଅଚାନକ ଆର୍ଥିକ ଲାଭ ମିଳିବାର ସମ୍ଭାବନା ରହିଛି । ପ୍ରିୟଜନଙ୍କ ସହ ସାକ୍ଷାତ ଆନନ୍ଦଦାୟକ ହେବ । ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଅନୁକୂଳ ରହିବ । ବୈବାହିକ ଜୀବନ ସୁଖମୟ ହେବା ସହ ଦାନଧର୍ମ କାର୍ଯ୍ୟରେ ମନ ବଳିପାରେ । କଠିନ ପରିଶ୍ରମର ଉଚିତ ଫଳ ମିଳିବ ଏବଂ ନିଜ ପରିଚୟ ସୃଷ୍ଟି କରିବାରେ ସଫଳ ହେବେ । ପିଲାମାନଙ୍କଠାରୁ ଖୁସି ଖବର ମିଳିପାରେ । ତେବେ ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ । କଥାବାର୍ତ୍ତାରେ ସନ୍ତୁଳନ ରଖିବା ସହ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ ।

କୁମ୍ଭ : ଆଜି ଆପଣଙ୍କ ପାଇଁ ଏକ ସାଧାରଣ ଦିନ ରହିବ । ବ୍ୟବସାୟରେ ଆର୍ଥିକ ଲାଭ ହେବାର ସମ୍ଭାବନା ରହିଛି । ବନ୍ଧୁ ଓ ପ୍ରିୟଜନଙ୍କ ସହ ଯାତ୍ରା କରିବାର ସୁଯୋଗ ମିଳିପାରେ । ଶାରୀରିକ ସ୍ୱାସ୍ଥ୍ୟ ଭଲ ରହିବା ସହ ପାରିବାରିକ ଜୀବନରେ ସୁଖଶାନ୍ତି ବଜାୟ ରହିବ । ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବାର ଯୋଗ ରହିଛି । ତେବେ ପରିବାରରେ ଅଯଥା ଯୁକ୍ତିତର୍କ ଓ ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରୁହନ୍ତୁ । କ୍ରୋଧ ନିୟନ୍ତ୍ରଣ କରିବା ସହ ନିଜ କଥାବାର୍ତ୍ତାରେ ସଂଯମ ରଖନ୍ତୁ । ନକାରାତ୍ମକ ଚିନ୍ତାଧାରାକୁ ମନରେ ସ୍ଥାନ ଦିଅନ୍ତୁ ନାହିଁ । ସାମାଜିକ କାର୍ଯ୍ୟରେ ଯୋଗଦେଲେ ମନ ଖୁସି ରହିବ ।

ମୀନ : ଆଜି ଆପଣଙ୍କ ପାଇଁ ଏକ ଲାଭଦାୟକ ଦିନ ରହିବ । ନିବେଶ କରିବା ପାଇଁ ସମୟ ଅନୁକୂଳ ରହିପାରେ । ଆପଣ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବେ । ଚାକିରି କ୍ଷେତ୍ରରେ ପରିବର୍ତ୍ତନର ସୁଯୋଗ ମିଳିପାରେ । ଘରେ ସୁଖଶାନ୍ତି ଓ ଖୁସିର ପରିବେଶ ରହିବ । ନିଜର ନୂଆ ଚିନ୍ତାଧାରା ଓ ଯୋଜନା ଆପଣଙ୍କୁ ସଫଳତା ଆଡ଼କୁ ନେଇଯାଇପାରେ । ତେବେ ଖର୍ଚ୍ଚ ବଢ଼ିବାର ଆଶଙ୍କା ରହିଛି । ପରିବାର ସଦସ୍ୟ ଓ ପଡ଼ୋଶୀଙ୍କ ସହ ଅଯଥା ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ । ଛୋଟ କଥାକୁ ନେଇ ବଡ଼ ବିବାଦ ସୃଷ୍ଟି ହୋଇପାରେ । ସମ୍ପର୍କରେ ମଧୁରତା ବଜାୟ ରଖନ୍ତୁ ।