ଭୁବନେଶ୍ୱର,୧୭/୪ : ରାଜ୍ୟରେ କୋରୋନା ସ୍ଥିତି ନେଇ ମୁଖ୍ୟ ଶାସନ ସଚିବଙ୍କ ପ୍ରେସ୍ମିଟ, ବର୍ତ୍ତମାନ ସୁଦ୍ଧା ୭୫୭୫ ଜଣଙ୍କ ନମୁନା ଟେଷ୍ଟ କରାଯାଇଛି , ରାଜ୍ୟରେ ୭ଟି ଲାବୋରୋଟୋରିରେ ପରୀକ୍ଷା ଚାଲିଛି
ଆମେ ଭୁବନେଶ୍ୱର ପାଇଁ ସ୍ୱତନ୍ତ୍ର ଷ୍ଟ୍ରାଟେଜୀ ପ୍ରସ୍ତୁତ କରିଛୁ ଯେଉଁଥିରେ ଆମେ ସହରରେ କେତେ କରୋନା ସଂକ୍ରମିତ ଅଛନ୍ତି ସେମାନଙ୍କୁ ଚିହ୍ନଟ କରିବା ପାଇଁ ଭୁବନେଶ୍ୱରରୁ ନମୁନା ପରୀକ୍ଷା ସଂଗ୍ରହ କରିବା ଆରମ୍ଭ କରିବୁ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ସଚିବ ଅସିତ ତ୍ରିପାଠୀ
ସଂଗୃହିତ ମୋଟ ନମୁନାଗୁଡିକର ୧୯୫୮ (୩୮%) ଭୁବନେଶ୍ୱରରୁ ଆସିଛି | ଆଗାମୀ ୭ ଦିନରେ, ଆମେ ଏଠାରେ ୫୦୦୦ ନମୁନା ସଂଗ୍ରହ କରିବୁ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ସଚିବ ଅସିତ ତ୍ରିପାଠୀ।