ଆବୁଧାବି,୨୮/୧୦: ପ୍ରଥମେ ଯଶପ୍ରୀତ ବୁମରାଙ୍କ ଘାତକ ବୋଲିଂ ଏବଂ ପରେ ସୂର୍ଯ୍ୟକୁମାର ଯାଦବଙ୍କ ଦମଦାର ଅପରାଜିତ ଅର୍ଦ୍ଧଶତକ ବଳରେ ଆଇପିଏଲର ୪୮ତମ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୫ ଓ୍ଵିକେଟ୍ରେ ପରାସ୍ତ କରି ମୁମ୍ବାଇ ଚଳିତ ଆଇପିଏଲରେ ପ୍ରଥମ ଦଳ ଭାବେ ପ୍ଲେଅଫ୍ରେ ପ୍ରବେଶ କରିଛି। ପ୍ରଥମେ ବ୍ୟାଟିଂ କରି ବେଙ୍ଗାଲୁରୁ ଦେବଦତ୍ତ ପାଡିକଲଙ୍କ ଅପରାଜିତ ୭୪ ରନ ବଳରେ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୬୪ ରନ କରିଥିଲା। ଜବାବରେ ମୁମ୍ଵାଇ ଇଣ୍ଡିଆନ୍ସ ସୁର୍ଯ୍ୟକୁମାର ଯାଦବଙ୍କ ଅପରାଜିତ ୭୯ ରନ ବଳରେ ୧୯.୧ ଓଭରରେ ୫ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରିଛି। ମୁମ୍ବାଇ ୧୨ଟି ମ୍ୟାଚ୍ରୁ ୮ ବିଜୟ ଓ ୧୬ ପଏଣ୍ଟ ସହ ପ୍ରଥମ ଦଳ ଭାବେ ପ୍ଲେଅଫ୍ରେ ପ୍ରବେଶ କରିଛି।