କାବୁଲ, ୭/୧୧ : ଆଫଗାନିସ୍ତାନର କାବୁଲରେ ହୋଇଥିବା ବିସ୍ଫୋରଣରେ ୫ଜଣ ସାଧାରଣ ନାଗରିକଙ୍କ ସମେତ ୭ଜଣ ଆହତ ହୋଇଛନ୍ତି। ଏହା ପୂର୍ବରୁ ଆଫଗାନିସ୍ତାନରେ ବିସ୍ଫୋରଣ ମାମଲା ମଧ୍ୟ ସାମ୍ନାକୁ ଆସିଥିଲା । କାବୁଲର ଫୁଲ-ଇ-ଖୋସ୍କ ଅଞ୍ଚଳରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଛି ।
ପାକିସ୍ତାନୀ ଗଣମାଧ୍ୟମ ଗୃହ ମନ୍ତ୍ରଣାଳୟ କହିଛି ଯେ ଏହି ଦୁର୍ଘଟଣାରେ ଅତି କମରେ ୩୦ ଜଣଙ୍କର ମୃତ୍ୟୁ ଘଟିଛି। ଗୃହ ମନ୍ତ୍ରଣାଳୟ ସୂଚନା ଦେଇଛି ଯେ ଆତ୍ମଘାତୀ ବିସ୍ଫୋରଣକାରୀଙ୍କୁ ଟ୍ରେନିଂ ସେଣ୍ଟରର ସୁରକ୍ଷାକର୍ମୀ ଚିହ୍ନି ଦେଇଥିଲେ କିନ୍ତୁ ଧରାପଡିବା ପୂର୍ବରୁ ବିସ୍ଫୋରଣ ହୋଇଥିଲା । ଏହା ବ୍ୟତୀତ ଆଫଗାନିସ୍ତାନର ଗଜନୀ ପ୍ରଦେଶରେ ଦୁଇଟି ବିସ୍ଫୋରଣ ଘଟିଥିଲା ଯେଉଁଥିରେ ନଅ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ପୋଲିସ ଗୁରୁତର ଆହତ ହୋଇଥିଲେ।
ପ୍ରକାଶ ଥାଉ ଯେ ସେପ୍ଟେମ୍ବରରେ କତାରରେ କାବୁଲ ଏବଂ ତାଲିବାନ ମଧ୍ୟରେ ଆଲୋଚନା ଆରମ୍ଭ ହେବା ସତ୍ତ୍ବେ ଆଫଗାନିସ୍ତାନରେ ହିଂସାତ୍ମକ ସଂଘର୍ଷ ଏବଂ ବୋମା ବିସ୍ଫୋରଣ ଘଟୁଛି।