ଗହଣା ଦୋକାନ ଲୁଟୁଥିଲେ ଲେଡି ଲୁଟେରା, ସ୍ଥାନୀୟ ଲୋକ କଲେ କାବୁ

ଢେଙ୍କାନାଳ, ୭/୧୧: ଗ୍ରାହକ ହୋଇ ଚଞ୍ଚକତାର ସହ ଗହଣା ଦୋକାନରୁ ଲୁଟ୍ କରୁଥିଲେ । ଆଉ ଦୋକାନରେ ସିସିଟିଭି ନଥିବାର ସୁଯୋଗ ନେଇ ଗୋଟିଏ ପରେ ଗୋଟିଏ ଅଳଙ୍କାର ଲୁଟ୍ କରୁଥିବା ବେଳେ ଧରପଡିଗଲା ଚାଲ୍ । ସ୍ଥାନୀୟ ଲୋକ ଗ୍ରାହକ ହୋଇ ଲୁଟ୍ କରୁଥିବା ଏହି ଦୁଇ ମହିଳାଙ୍କୁ କାବୁ କଲେ ।

ଢେଙ୍କାନାଳ ସହର ଗାନ୍ଧିମନ୍ଦିର ରୋଡ଼ରେ ଥିବା ସୁନୀତା ଜୁଏଲରୀରୁ ଏପରି ଅଭିନବ ଉପାୟରେ ଲୁଟୁ କରୁଥିବା ଦୁଇ ମହିଳାଙ୍କୁ ଟାଉନ ଥାନା ପୋଲିସ ଅଟକ ରଖିଛି । ଅଟକ ଏହି ଦୁଇ ମହିଳା କଟକ ସିଡିଏ ଓ ଅଲିଶା ବଜାର ଅଂଚଳର ବୋଲି ଶୁଣାଯାଉଛି । ଏମାନେ ଗୋଟିଏ ସ୍କୁଟିରେ ଯାଇ ଢେଙ୍କାନାଳ ସହରର କେତକ ଗହଣା ଦୋକାନରେ ଗ୍ରାହକ ଭାବେ ଗହଣା କିଣିବା ବାହାନା କରି ଲୁଟ୍ ଉଦ୍ୟମ କରିଛନ୍ତି । ତେବେ ସୁନୀତା ଜୁଏଲରୀ ୱାର୍କସପରେ ସିସିଟିଭି ନଥିବାର ସୁଯୋଗରେ ଏପରି ଲୁଟ୍ କରିଥିବା ଅନୁମାନ କରାଯାଇଛି । ଗହଣା ଦୋକାନୀଙ୍କ ପକ୍ଷରୁ ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଥିବାବେଳେ ପୋଲିସ ତଦନ୍ତ ଜରି ରଖିଛି । ତେବେ ସେମାନଙ୍କଠାରୁ ଏକ ସ୍କୁଟି, କିଛି ପାଉଁଜି, ସୁନା ମୁଦି, ଗୋଡ଼ ମୁଦି ଆଦି ଅଳଙ୍କାର ଉଦ୍ଧାର କରାଯାଇଛି ।