ନୂଆଦିଲ୍ଲୀ,୪/୫ : ଆଜି ଆଇପିଏଲ୍ରେ ମୁମ୍ବାଇ ଇଣ୍ଡିଆନ୍ସ ସହିତ ମୁକାବିଲା ହେବ ସନ୍ରାଇଜର୍ସ ହାଇଦ୍ରାବାଦ। ଦୁଇ ଦଳ ମଧ୍ୟରେ ଚଳିତ ବର୍ଷରଏହା ଦ୍ବିତୀୟ ମୁକାବିଲା । ଏପ୍ରିଲ୍ ୧୭ ତାରିଖରେ ପ୍ରଥମ ଭେଟରେ ମୁମ୍ବାଇ ଇଣ୍ଡିଆନ୍ସ ୧୩ ରନ୍ରେ ବିଜୟୀ ହୋଇଥିଲା। ଏହି ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ହାଇଦ୍ରାବାଦ ରହିଥିଲେ ମଧ୍ୟ ସଂଘର୍ଷରତ ଏହି ଦଳ ପାଇଁ ବିଜୟ ସହଜ ହେବ ନାହିଁ। ମୁମ୍ବାଇ ଇଣ୍ଡିଆନ୍ସ ଅସ୍ଥିର ପ୍ରଦର୍ଶନ ଦେଉଥିଲେ ମଧ୍ୟ ଗତ ମ୍ୟାଚ୍ରେ କିରଣ ପୋଲାର୍ଡଙ୍କ ୩୪ ବଲ୍ ୮୭* ରନ୍ ଦଳକୁ ପ୍ରଥମ ଥର ୨୦୦ରୁ ଅଧିକ ରନ୍ (ଚେନ୍ନାଇର ୨୧୮)କୁ ପଶ୍ଚାତଧାବନରେ ସଫଳ କରାଇଥିଲା। ଏହା ଦଳର ମନୋବଳକୁ ବଢ଼ାଇଛି। ମୁମ୍ବାଇ ପଏଣ୍ଟ୍ ଟେବୁଲ୍ ପ୍ରଥମ ଅଧା ଭିତରେ ରହିଥିବାବେଳେ ସନ୍ରାଇଜର୍ସ ହାଇଦ୍ରାବାଦ ଶେଷ ସ୍ଥାନରେ ସଂଘର୍ଷ କରୁଛି। ରାଜସ୍ଥାନ ରୟାଲ୍ସ ନିକଟରୁ ଗତ ମ୍ୟାଚ୍ ହାରିଥିବା ଏହି ଦଳ ୭ଟିରୁ ୬ଟି ପରାଜୟ ସହ ଭାଗ୍ୟର ସାହା ଲୋଡୁଛି। ନିୟମିତ ଅଧିନାୟକ ଡେଭିଡ୍ ୱାର୍ଣ୍ଣରଙ୍କୁ ନେତୃତ୍ବ ସହିତ ଗତ ମ୍ୟାଚ୍ର ଚୂଡାନ୍ତ ଏକାଦଶରୁ ବାହାର କରାଯିବା ପରେ କେନ୍ ୱିଲିୟମସନ୍ ଦାୟିତ୍ବ ସମ୍ଭାଳିଛନ୍ତି। ୱାର୍ଣ୍ଣର।