ଆଜିଠାରୁ ଭୁବନେଶ୍ୱର କୋର୍ଟ ଖୋଲିବ

ଭୁବନେଶ୍ୱର,୧୩/୧୧: ହାଇକୋର୍ଟରେ ଉପୁଜିଥିବା ପୋଲିସ ଓ ଆଇନଜୀବୀଙ୍କ ବିବାଦର ପ୍ରଭାବରେ ଦୀର୍ଘଦିନ ଧରି ରାଜ୍ୟର ସମସ୍ତ କୋର୍ଟ ବନ୍ଦ ରହିଥିବାବେଳେ ଆଜି ଭୁବନେଶ୍ୱର କୋର୍ଟ ଖୋଲାଯିବା ନେଇ ନିଷ୍ପତି ହୋଇଛି ।
ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଥିବା ଭୁବନେଶ୍ୱର ବାର ଆସୋସିଏସନ ସଭାପତି ଦୁର୍ଗାମାଧବ ମିଶ୍ର ସୁଚନା ଦେଇଛନ୍ତି । ସେ କହିଛନ୍ତି, ସହମତି ଭିତିରେ ଆଜିଠାରୁ ଆଇନଜୀବୀମାନେ କୋର୍ଟ କାର୍ଯ୍ୟରେ ଯୋଗଦେବେ । ସଂଘ ନିଜର ସ୍ୱତନ୍ତ୍ରତା ବଜାୟ ରଖିବ । ଆଇନଜୀବୀ ଏକତା ରକ୍ଷା କରି ଆନ୍ଦୋଳନକୁ ପୂର୍ଣ୍ଣ ସମର୍ଥନ କରିବେ । କିନ୍ତୁ ଜନସାଧାରଣଙ୍କୁ ହଇରାଣ ନ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି ।